Posted inଖେଳ

ନୂଆ ଟେନିସ ତାରକା ସୁମିତ୍‌ ନାଗାଲ

ନୂଆଦିଲ୍ଳୀ, ୨୮।୮(ପି.ଟି.)- ଯୁବ ଟେନିସ୍‌ ତାରକା ସୁମିତ ନାଗାଲ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନରେ ପଦାର୍ପଣ କରିବା ସହ ସେ ଇତିହାସ ସୃଷ୍ଟି କରିଛନ୍ତି। ମାତ୍ର ୨୨ ବର୍ଷ ବୟସରେ ସେ ଭାରତର ସର୍ବକନିଷ୍ଠ ଖେଳାଳିଭାବେ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ଡେବ୍ୟୁ କରିଛନ୍ତି। ୨୫ ବର୍ଷ ମଧ୍ୟରେ ସେ ସର୍ବ କନିଷ୍ଠ ଭାରତୀୟ ଖେଳାଳିଭାବେ ଗ୍ରାଣ୍ଡସ୍ଲାମ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶ୍ୱ ର଼୍ୟାଙ୍କିଙ୍ଗର ୧୯୦ତମ ସ୍ଥାନରେ ଥିବା ନାଗାଲ ଚଳିତ ୟୁଏସ୍‌ ଓପନ୍‌ରେ ସୁଇଜରଲାଣ୍ଡର ଅଭିଜ୍ଞ ଖେଳାଳି ରୋଜର ଫେଡରରଙ୍କୁ ଭେଟିଥିଲେ। ବିଶ୍ୱର ଅନ୍ୟତମ ସର୍ବ କାଳୀନ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହେଉଥିବା ଫେଡରରଙ୍କ ବିପକ୍ଷରେ ପ୍ରଥମ ସେଟ୍‌ରେ ବିଜୟୀ ହୋଇଥିଲେ। ସୋମବାର ଆର୍ଥର ଆଶେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ଅବଶ୍ୟ ପରେ ପ୍ରତ୍ୟାବର୍ତ୍ତନ କରି ଫେଡରର ବାକି ୩ଟି ସେଟ୍‌ରେ ବାଜି ମାରି ବିଜୟୀ ହେବା ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ବିଶ୍ୱର ୩ ନମ୍ବର ଖେଳାଳି ଫେଡରର ପୂର୍ବରୁ ୫ଥର ୟୁଏସ୍‌ ଓପନ ଟାଇଟଲ ହାସଲ କରିଛନ୍ତି। ପ୍ରଥମ ସେଟରେ ସେ ନାଗାଲଙ୍କଠାରୁ ଅପ୍ରତ୍ୟାଶିତ ଭାବେ ଚକ୍‌ମା ଖାଇଥିଲେ। ପରେ ଅବଶ୍ୟ ସେ ତ୍ରୁଟି ସୁଧାରିବାକୁ ସକ୍ଷମ ହୋଇଥିଲେ। ତେବେ ହରିୟାଣାର ଝାଜର ଜନ୍ମିତ ନାଗାଲ ଏଥି ସହିତ ପ୍ରଥମ ଭାରତୀୟ ଭାବେ ଫେଡରରଙ୍କ ବିପକ୍ଷରେ କୌଣସି ସେଟ୍‌ ଜିତି ବିରଳ ସଫଳତା ହାସଲ କରିଛନ୍ତି। ୫ ଫୁଟ ୧୦ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ନାଗାଲ ବର୍ଷ ଆରମ୍ଭରେ ବିଶ୍ୱ ର଼୍ୟାଙ୍ଗିଙ୍ଗର ଟପ୍‌ ୩୫୦ ବାହାରେ ଥିଲେ। ୨୦ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ଫେଡରରଙ୍କୁ ପ୍ରଥମ ସେଟ୍‌ରେ ପରାସ୍ତ କରି ପ୍ରଶଂସାର ପାତ୍ର ହୋଇଛନ୍ତି। ପ୍ରଥମ ସେଟ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଫେଡରର ୪-୬, ୬-୧, ୬-୨, ୬-୪ ସେଟ୍‌ରେ ବିଜୟୀ ହୋଇଥିଲେ। ଫେଡରରଙ୍କ ବିପକ୍ଷରେ ନାଗାଲ ୧୩ଟି ଗେମ୍‌ରେ ବାଜି ମାରିଥିଲେ। ଗତ ୨୦ ବର୍ଷ ମଧ୍ୟରେ ନାଡ଼ାଲ ଚତୁର୍ଥ ଭାରତୀୟ ଖେଳାଳିଭାବେ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ଗୋଟିଏ ସେଟ୍‌ରେ ବିଜୟୀ ହୋଇଛନ୍ତି।
କାନ୍ଧ ଆଘାତ ସମସ୍ୟାରୁ ମୁକୁଳି ନାଗାଲ ଜର୍ମାନୀର ପେନ୍‌କୁ ସ୍ଥାନାନ୍ତର ହୋଇଥିଲେ ଓ ସେଠାରେ ସେ ଜଣାଶୁଣା ଫିଟ୍‌ନେସ୍‌ ଟ୍ରେନର ସାଶା ନେନ୍‌ସେଲ ଓ ମିଲୋସ ଗାଲେକିକ୍‌ଙ୍କ ଠାରୁ ପ୍ରଶିକ୍ଷଣ ନେଇଥିଲେ। ଏପ୍ରିଲରୁ ଜୁନ୍‌ ମଧ୍ୟରେ ସେ ଚ୍ୟାଲେଞ୍ଜର ସର୍କିଟରେ ୮ଟି ଟୁର୍ନାମେଣ୍ଟ ଖେଳିଥିଲେ। ଏଥିମଧ୍ୟରୁ ସେ ୫ଟିରେ ସେମିଫାଇନାଲ ଓ ଗୋଟିଏ ଟୁର୍ନାମେଣ୍ଟରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ଏହି ୬ଟି ଟୁର୍ନାମେଣ୍ଟରେ ଦମ୍‌ଦାର ପ୍ରଦର୍ଶନ କରି ସେ ୧୭୦ ପଏଣ୍ଟ ହାସଲ କରିଥିଲେ ଓ ପ୍ରଥମଥର ପାଇଁ କ୍ୟାରିୟରରେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ଟପ୍‌ ୨୦୦ରେ ସ୍ଥାନ ହାସଲ କରିଥିଲେ। ସାରା ୟୁରୋପ୍‌ରେ ସେ ଚ୍ୟାଲେଞ୍ଜର ଲିଭେଲ ଟୁର୍ନାମେଣ୍ଟ କ୍ରମାଗତ ଭାବେ ଖେଳି ସଫଳ ହୋଇଥିଲେ। ଏହା ହିଁ ତାଙ୍କ ସଫଳତାର ମୁଖ୍ୟ କାରଣ ବୋଲି କୁହାଯାଇ ପାରେ। ଆଗକୁ ସେ ଭଲ ଖେଳି ଏକାଧିକ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖୁଛନ୍ତି। ଭବିଷ୍ୟତରେ ସେ ଜଣେ ଭଲ ଟେନିସ ଖେଳାଳି ହୋଇବାହାରିବେ । ଭାରତୀୟ ଟେନିସ୍‌ରେ ଏକାଧିକ ସମସ୍ୟା ରହିଛି। ଟେନିସ୍‌ର ଲୋକପ୍ରିୟତା ଓ ଭିତ୍ତିଭୂମି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତ ବହୁ ପଛରେ ରହିଛି। ତେବେ ଏହାକୁ ପଛରେ ପକାଇ ନାଗାଲ ଭଳି ଖେଳାଳି ସୃଷ୍ଟି ହେବା ଏକ ବଡ଼ କଥା ବୋଲି କୁହାଯାଇ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?