Categories: ବାଣିଜ୍ୟ

ଆର୍ଥିକ ସଂସ୍କାର ଲାଗି ସରକାର ପ୍ରତିଶ୍ରୁତିବଦ୍ଧ:ନୀତି ଆୟୋଗ

ନୂଆଦିଲ୍ଲୀ,୨-୬: ଆର୍ଥିକ ଅଭିବୃଦ୍ଧିକୁ ଗତିଶୀଳ କରିବା ଉଦ୍ଦେଶ୍ୟରେ ଘରୋଇ ପୁଞ୍ଜିନିବେଶ ବୃଦ୍ଧି ସହ କୃଷି କ୍ଷେତ୍ରକୁ ଆଧୁନିକୀକରଣ କରିବା ଭଳି ନୂଆ ସଂସ୍କାରମୂଳକ ପଦକ୍ଷେପ ନେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଶନିବାର କହିଛନ୍ତି। ଆସନ୍ତା ୧୦୦ ଦିନ ଭିତରେ ସରକାର ନୂଆ ସଂସ୍କାରମୂଳକ ପଦକ୍ଷେପ ଘୋଷଣା କରିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଛନ୍ତି ଯେ, ପିଏମ୍‌-କିଷାନ ଯୋଜନାର ପରିଧିକୁ ସରକାର ବ୍ୟାପକ କରିଥିବାରୁ କୁମାର ଏହାକୁ ସ୍ବାଗତ କରିଛନ୍ତି। ଏହାଦ୍ୱାରା ଗ୍ରାମାଞ୍ଚଳରେ ଅର୍ଥନୀତିକୁ ଗତିଶୀଳ କରିବ। ଆୟୁର୍ବେଦ ଔଷଧରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ସେ ଏହି ଅବସରରେ କହିଛନ୍ତି। ପାରମ୍ପାରିକ ଔଷଧ ବ୍ୟବସ୍ଥା ପାଇଁ ନୂଆ ପାଠ୍ୟକ୍ରମ ପ୍ରଚଳନ ଲାଗି ସରକାର ନ୍ୟାଶନାଲ କାଉନସିଲ୍‌ ଅଫ୍‌ ଇଣ୍ଟିଗ୍ରେଟେହ ମେଡିସିନ୍‌ ଗଠନ କରିବାକୁ ଯାଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

Share