Posted inରାଜ୍ୟ

ଆର୍ଥିକ ମେରୁଦଣ୍ଡ ଦୋହଲାଉଛି ପ୍ରାକୃତିକ ବିପର୍ଯ୍ୟୟ: ୬ ବର୍ଷରେ ୧୮ ହଜାର କୋଟି କ୍ଷତି

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ପ୍ରାକୃତିକ ବିପତ୍ତିର ପ୍ରଚଣ୍ଡ ପ୍ରହାର ରାଜ୍ୟ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ବ୍ୟକ୍ତିଗତ ଓ ସାମଗ୍ରିକ ବିକାଶ କ୍ଷେତ୍ରରେ ଏକ ବିରାଟ ଅନ୍ତରାୟ ସୃଷ୍ଟି କରୁଛି। କେବଳ ବାତ୍ୟା ନୁହେଁ ମରୁଡି ମଧ୍ୟ କୃଷିକ୍ଷେତ୍ର ଏବଂ ଆର୍ଥତ୍କ ପ୍ରଗତିକୁ ନଷ୍ଟଭ୍ରଷ୍ଟ କରିଦେଉଛି। ଗତ ୬ ବର୍ଷ ମଧ୍ୟରେ ରାଜ୍ୟକୁ ୪ଟି ଭୟଙ୍କର ବାତ୍ୟାର ସମ୍ମୁଖୀନ ହେବାକୁ ପଡିଛି। କୃଷିକ୍ଷେତ୍ର ସମେତ ବିଦ୍ୟୁତ୍‌, ଘରଦ୍ୱାର ଏବଂ ଅନ୍ୟାନ୍ୟ ଭିତ୍ତିଭୂମିକୁ ଛାରଖାର କରିଦେଇଛି। ଏଥିରେ ପ୍ରାୟ ୧୮ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ଏହାକୁ ଭରଣା କରିବାକୁ ଦୀର୍ଘ ସମୟ ଲାଗିଯାଉଛି। ଅଣ୍ଟା ସଳଖି ଛିଡା ହେବା ବେଳକୁ ପୁଣି ଏକ ଦୁର୍ବିପାକ ରାଜ୍ୟରେ ଧ୍ୱଂସର ତାଣ୍ଡବଲୀଳା ରଚୁଛି।
୧୯୯୯ ମହାବାତ୍ୟା ପରେ ୨୦୧୩ ଅକ୍ଟୋବର୧୨ରେ ଫାଇଲିନ ବାତ୍ୟାକୁ ଦକ୍ଷିଣ ଓଡ଼ିଶା ସମ୍ମୁଖୀନ ହୋଇଥିଲା। ଏଥିରେ ୧୩ଟି ଜିଲାର ୮ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ। ୨୩୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ସେହିପରି ଠିକ୍‌ ବର୍ଷକ ପରେ ଅର୍ଥାତ୍‌ ୨୦୧୪ ଅକ୍ଟୋବର ୧୩ରେ ବାତ୍ୟା ହୁଡ୍‌ହୁଡ୍‌ ଦକ୍ଷିଣ ଓଡ଼ିଶାକୁ ଧକ୍କା ଦେଇଥିଲା। କୋରାପୁଟ, ଗଞ୍ଜାମ, ନବରଙ୍ଗପୁର, ମାଲକାନଗିରି, ଗଜପତି, ରାୟଗଡା ଆଦି ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏଥିରେ ୧ ଲକ୍ଷ ଘର ଭାଙ୍ଗିଥିଲା। ପ୍ରାୟ ୧ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ଶସ୍ୟକ୍ଷେତ୍ରଠାରୁ ଆରମ୍ଭ କରି ବିଦ୍ୟୁତ୍‌, ପାନୀୟ ଜଳ, ରାସ୍ତାଘାଟ, ଘରଦ୍ୱାର, ଜଙ୍ଗଲ ପ୍ରଭାବିତ ହୋଇଥିଲା। ଏହାର ୪ ବର୍ଷ ପରେ ଅର୍ଥାତ୍‌ ୨୦୧୮ ଅକ୍ଟୋବରରେ ବାତ୍ୟା ତିତ୍‌ଲି ପୁଣି ଉପକୂଳ ଓଡ଼ିଶାକୁ ଛାରଖାର କରି ଦେଇଥିଲା। ଏଥିରେ ଗଞ୍ଜାମ, ଗଜପତି ସମେତ ୧୭ଟି ଜିଲା ୧୨୮ଟି ବ୍ଲକର ୮,୧୨୫ଟି ଗ୍ରାମର ୬୦.୧୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଏହାର କ୍ଷୟକ୍ଷତି ୨,୭୬୫ କୋଟି ଟଙ୍କା ଆକଳନ କରାଯାଇଥିଲା। ତେବେ ଏହି ବାତ୍ୟା

ବିଭୀଷିକାକୁ ବର୍ଷେ ପୂରଣ ହୋଇ ନ ଥିବା ବେଳେ ଅଦିନିଆ ସାମୁଦ୍ରକ ଝଡ଼ ଫନୀ ମେ ୩ ତାରିଖରେ ରାଜ୍ୟର ୧୪ଟି ଜିଲାରେ ବ୍ୟାପକ କ୍ଷୟକ୍ଷତି କରିଛି। ପୁରୀ ଓ ରାଜଧାନୀ ଭୁବନେଶ୍ୱରକୁ ଛାରଖାର କରିଦେଇଛି। ଏହି ବାତ୍ୟାରେ ରାଜ୍ୟର ୧୨ ହଜାର କୋଟି ଟଙ୍କା କ୍ଷୟକ୍ଷତି ହୋଇଛି। ୬୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଦ୍ୟୁତ୍‌, ପାନୀୟ ଜଳ, ଘରଦ୍ୱାର ଓ ସବୁଜ ବଳୟ ଧ୍ୱଂସ ହୋଇଯାଇଛି। କେନ୍ଦ୍ର ସରକାର ମଧ୍ୟ ଏକଥା ମାନିଛନ୍ତି ଯେ, ପ୍ରାକୃତିକ ବିପତ୍ତି ଯୋଗୁ ୨୦୧୮-୧୯ରେ ଦେଶର ସବୁଠାରୁ ଅଧିକ ଶସ୍ୟହାନି ଓଡ଼ିଶାରେ ହୋଇଛି। ୨୦୧୯ ମେ ସୁଦ୍ଧା ଓଡିଶାର ୫.୪ ଲକ୍ଷ ହେକ୍ଟର ଶସ୍ୟ ଉଜୁଡି ଯାଇଛି। ୨୦୧୩-୧୪ ପରେ ଗତ ୫ ବର୍ଷ ମଧ୍ୟରେ ଏହି କ୍ଷତି ହେଉଛି ଦେଶର ସର୍ବ ବୃହତ୍‌। ୨୦୧୮-୧୯ ମେ ମାସ ସୁଦ୍ଧା ୧,୯୫୦ କୋଟି ଟଙ୍କାର କ୍ଷତି ହୋଇଛି। ଏହି ସମୟରେ ପ୍ରାକୃତିକ ବିପତ୍ତି ଯୋଗୁ ରାଜ୍ୟର ଚାଷୀମାନେ ହେକ୍ଟର ପିଛା ୩୬ ହଜାର ୬୦୦ ଟଙ୍କାର କ୍ଷତି ସହିଛନ୍ତି। ବାତ୍ୟା ଦୁର୍ଦ୍ଦଶାରୁ ମୁକ୍ତି ମିଳି ନ ଥିବା ବେଳେ ରାଜ୍ୟ ପୁଣି ଏକ ପ୍ରାକୃତିକ ବିପତ୍ତି ମରୁଡିକୁ ସମ୍ମୁଖୀନ ହେବାକୁ ଯାଉଛି। ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବିଳମ୍ବରେ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଶାନୁରୂପ ବର୍ଷିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ଯଦି ରାଜ୍ୟରେ ଅନାବୃଷ୍ଟି ପରିସ୍ଥିତି ସୃଷ୍ଟି ହୁଏ ତେବେ ଧାନ ଚାଷ ଉପରେ ଏହାର ଗଭୀର ପ୍ରଭାବ ପଡ଼ିବା ଏକ ପ୍ରକାର ନିଶ୍ଚିତ । ଭୂତଳ ଜଳସ୍ତର ଦ୍ରୁତିଗତିରେ ହ୍ରାସ ପାଉଥିବାରୁ ଚଳିତ ବର୍ଷ ଦେଶର ଅଧିକାଂଶ ଭାଗରେ ମରୁଡି ଦେଖାଦେବା ଆଶଙ୍କା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କଲେଣି।
ରାଜ୍ୟରେ ଏପରି ଧାରା ଜାରି ରହିଲେ ଆଗାମୀ ଦିନରେ ରାଜ୍ୟ ରାଜକୋଷ ଉପରେ ପ୍ରବଳ ଚାପ ପଡିବା ସହ ଆର୍ଥିକ ଅଭିବୃଦ୍ଧି ହାର ତଳକୁ ଖସିଯିବ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ବିଜେଡି ନେତୃତ୍ୱ: କଳିକେଶଙ୍କୁ ନେଇ ଏମିତି କିଛି କହିଲେ ଦେବାଶିଷ

ଭୁବନେଶ୍ୱର,୧୪।୨ କଳିକେଶଙ୍କୁ ବିଜେଡି ନେତୃତ୍ୱ ଦାବିରେ ମୁହଁ ଖୋଲିଲେ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ସେ ଜଣେ ଯୁବ ଦକ୍ଷ ନେତା, ତାଙ୍କ ପରିବାର ସହ ନବୀନଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri