ଆର୍ଥିକ ପ୍ୟାକେଜ ସମ୍ପର୍କରେ ଯାହା କୁହନ୍ତି …

-ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଲାଗି କେନ୍ଦ୍ର ସରକାର ଘୋଷଣା କରିଥିବା ଆର୍ଥତ୍କ ପ୍ୟାକେଜ ବ୍ୟବସାୟ ବିଶେଷ କରି ଏମ୍‌ଏସ୍‌ଏମ୍‌ଇ ସେକ୍ଟର ସମ୍ମୁଖୀନ ହୋଇଥିବା ସମସ୍ୟା ଦୂର କରିବାରେ ସହାୟକ ହେବ। ଏହା ନଗଦ ବଢ଼ାଇବା ସହ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବ ଓ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ବଢ଼ାଇବ।
-ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ

-କେନ୍ଦ୍ର ସରକାରଙ୍କ କୋଭିଡ୍‌-୧୯ ଆର୍ଥତ୍କ ପ୍ୟାକେଜ୍‌ରେ ଦେଶର ଲକ୍ଷ ଲକ୍ଷ ଗରିବ, ଭୋକିଲା ଦାଦନ ଶ୍ରମିକଙ୍କ ପାଇଁ କିଛି ନାହିଁ। ଚାଲି ଚାଲି ଘରକୁ ଫେରୁଥିବା ଏହି ଶ୍ରମିକମାନଙ୍କୁ ଅର୍ଥମନ୍ତ୍ରୀଙ୍କୁ ଘୋଷଣା ନିରାଶ କରିଛି।
-ପି. ଚିଦାମ୍ବରମ, କଂଗ୍ରେସ ନେତା

-କେନ୍ଦ୍ରର ଆର୍ଥିକ ପ୍ୟାକେଜ ଏକ ବଡ଼ ଶୂନ। ଏହା ରାଜ୍ୟଗୁଡ଼ିକୁ କୌଣସି ସହାୟତା କରିବ ନାହିଁ। କୋଭିଡ୍‌-୧୯ ସଙ୍କଟ ବେଳେ କେନ୍ଦ୍ର ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି।
-ମମତା ବାନାର୍ଜୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

-କୋଭିଡ୍‌-୧୯ ଆର୍ଥତ୍କ ପ୍ୟାକେଜ୍‌ ଦେଶର ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ସେକ୍ଟର ପାଇଁ ଲାଭଦାୟକ ହେବ। ୩ କୋଟିରୁ ଊର୍ଦ୍ଧ୍ୱ ଲୋକ ଏହି ସେକ୍ଟର ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ। ଉକ୍ତ ପ୍ୟାକେଜ ସେମାନଙ୍କୁ ସୁଦୃଢ଼ କରିବ।
-ଯୋଗୀ ଆଦିତ୍ୟନାଥ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

-ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜ୍‌ରେ ଅର୍ଥ କେଉଁଠୁ ଆସିବ ତା’ର କୌଣସି ସ୍ପଷ୍ଟ ସୂଚନା ନାହିଁ। ସେହିପରି ଯୋଜନା ତଥା ହିତାଧିକାରୀଙ୍କ ସମ୍ପର୍କରେ ମଧ୍ୟ ସ୍ପଷ୍ଟ କରାଯାଇନାହିଁ।
-ଭି. ନାରାୟଣସ୍ବାମୀ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ

Share