ଆର୍ଥିକ କଟକଣାରୁ ରକ୍ଷା ପାଇବା ପାଇଁ ଆତଙ୍କବାଦୀଙ୍କୁ ଗିରଫ ନାଟକ କରୁଛି ପାକିସ୍ତାନ

ଇସଲାମାବାଦ୍‌, ୧୮।୮: ଆମେରିକା ପକ୍ଷରୁ ପାକିସ୍ତାନ ଉପରେ ଆର୍ଥିକ କଟକଣା ଜାରି କରାଯାଇଛି। ଏଥିରୁ ମୁକ୍ତି ପାଇବା ଲାଗି ପାକିସ୍ତାନ ଆତଙ୍କବାଦୀଙ୍କୁ ଗିରଫ କରିବା ନାଟକ କରୁଛି। ଆତଙ୍କବାଦୀଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ଛୋଟ ଛୋଟ ମାମଲା ରୁଜୁ କରାଯାଉଛି। ଯାହାଦ୍ୱାରା ସେମାନେ ସହଜରେ ମୁକୁଳି ପାରିବେ। ଏସବୁ ମାମଲାରେ ହାଫିଜ୍‌ ସଇଦ୍‌, ଅବଦୁଲ୍‌ ଗଫାର, ହାଫିଜ୍‌ ମସୁଦ୍‌, ଆମିର୍‌ ହମ୍‌ଜା, ମଲିକ୍‌ ଜାଫର୍‌ ଇକବାଲ୍‌ ଆଦି ଆତଙ୍କବାଦୀଙ୍କ ନାମ ନାହିଁ। ଏପରି କରି ପାକିସ୍ତାନ ଏଫ୍‌ଏଟିଏଫ୍‌ (ଫାଇନାନ୍ସିଆଲ୍‌ ଆକ୍ସନ୍‌ ଟ୍ୟାସ୍କ୍‌ ଫୋର୍ସ)କୁ ଭୁଲାଇବାର ପ୍ରୟାସ କରୁଛି। ତେବେ ପୂର୍ବରୁ ଏନେଇ ଏଫ୍‌ଏଟିଏଫ୍‌ ପକ୍ଷରୁ ପାକିସ୍ତାନକୁ ସଚେତନ କରାଯାଇଛି। ଏଫ୍‌ଏଟିଏଫ୍‌ କହିଛି ଯେ, ୨୦୧୯ ଅକ୍ଟୋବର ସୁଦ୍ଧା ପାକିସ୍ତାନ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କଲେ ତାକୁ ଏହାର ପ୍ରତିଫଳ ଭୋଗିବାକୁ ପଡ଼ିବ।

Share