Categories: ବାଣିଜ୍ୟ

ଆର୍ଥିକ ପ୍ୟାକେଜ ଶୀଘ୍ର: ସୀତାରାମନ

ନୂଆଦିଲ୍ଲୀ,୧୯।୪: କରୋନା ପାଇଁ କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ସରକାର ଶୀଘ୍ର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବେ। ଏ ନେଇ ଶୀଘ୍ର ଘୋଷଣା କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବିଶ୍ୱ ବ୍ୟାଙ୍କର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଦେଇଛନ୍ତି। ଭାରତ ସାରା ବିଶ୍ୱରେ ଜରୁରିକାଳୀନ ଔଷଧ ଯୋଗାଣ ଦିଗରେ କାର୍ଯ୍ୟକ୍ରମ ରଖିବା ବୋଲି ସେ ମତ ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତ ସରକାର ବର୍ତ୍ତମାନ ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ସହ ଅନ୍ୟ ପଦକ୍ଷେପ ଘୋଷଣା କରିଛନ୍ତି। ଆଗାମୀ ଦିନରେ ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାଜେକ ଆସିବ।

Share