ଆରାଧ୍ୟା ଏବଂ ଐଶ୍ୱର୍ଯ୍ୟାଙ୍କ ଫଟୋ ଶେୟାର କରି ଏମିତି କହିଲେ ଅଭିଷେକ

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନ ଝିଅ ଆରାଧ୍ୟାଙ୍କ ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି। ଶନିବାର ଅଭି-ଐଶ୍‌ଙ୍କ ବିବାହବାର୍ଷିକୀ ଥିଲା। ତେଣୁ ଏହିଦିନ ଦୁହେଁ ଦୁହିଁଙ୍କୁ ସ୍ପେଶାଲ ଉଇସ୍‌ କରିଛନ୍ତି। ଅଭି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ଏକ ପୁଲ୍‌ରେ ଥିବା ଦେଖିବାକୁ ମିଳିଛି। ଏହି ଫଟୋ ଅଭି ଉଠାଇଛନ୍ତି। ଫଟୋ ଶେୟାର କରି ଅଭି ଲେଖିଛନ୍ତି ‘MY GIRLS’।

ଏହି ଫଟୋକୁ ଦେଖି ୟୁଜର୍ସମାନେ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ‘ ତୁମକୁ ବିବାହ ବାର୍ଷିକୀର ଅଭିନନ୍ଦନ’। ପ୍ରଥମେ ଅଭି ଏହି ଫଟୋ ଶେୟାର କରି ଲେଖିଥିଲେ ‘ ହନି ଓର ମୁନ୍‌’। ଫଟୋରେ ଐଶ୍‌ ଏବଂ ବ୍ଲୁ କଲର ଡ୍ରେସ ପିନ୍ଧି ମୁନ୍‌ ଲାଇଟ୍‌ରେ ବସି ଖୁବ୍‌ ସୁନ୍ଦର ଲାଗୁଛନ୍ତି। କିଛିଦିନ ତଳେ ଐଶ୍‌-ଅଭି ଗୋଆରେ ଛୁଟି ମନାଉଥିବା ଦେଖିବାକୁ ମିଳିଥିଲା। ଏହି ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। ଏହା ପରେ ଖବର ଆସିଥିଲା ଐଶ୍ୱର୍ଯ୍ୟା ପୁଣି ମାଆ ହେବାକୁ ଯାଉଛନ୍ତି। ଏହି ଖବର ଗୁଜବ ଥିଲା।

Share