ଆରମ୍ଭ ହେଲା ‘ସ୍ବଚ୍ଛ ସବାରୀ’

କେନ୍ଦୁଝର, ୨୫ା୫(ଡି.ଏନ୍‌.ଏ.)-କେନ୍ଦୁଝରଗଡ ପୌରପାଳିକାରେ ସଫେଇ କାର୍ଯ୍ୟକୁ ଅଧିକ ତ୍ୱରାନ୍ବିତ କରିବା ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଦିଆଯାଇଥିବା ୧୪ଟି ସ୍ବଚ୍ଛ ସବାରୀ ସୋମବାର ଲୋକାର୍ପିତ ହୋଇଛି। ଜିଲାପାଳ ଆଶିଷ ଠାକରେ ସବୁଜ ପତାକା ଦେଖାଇ ଏହି ସ୍ବଚ୍ଛ ସବାରୀ ଗୁଡିକର ଶୁଭାରମ୍ଭ କରିଥିଲେ। କେନ୍ଦୁଝରଗଡ ପୌରପାଳିକାର ୨୧ଟି ୱାର୍ଡରେ ଥିବା ୧୩, ୭୦୦ ଘରକୁ ବୁଲି ମଙ୍ଗଳବାରଠାରୁ ଏହି ସ୍ବଚ୍ଛ ସବାରୀଗୁଡିକ ଉଭୟ ଓଦା ଓ ଶୁଖିଲା ମଇଳା ସଂଗ୍ରହ କରିବ ବୋଲି ଜଣାପଡିଛି। ପ୍ରଥମ ପଯର୍‌ୟାୟରେ ଡିଏମଏଫ ଅର୍ଥରେ ଏହା କ୍ରୟ କରାଯାଇଥିବାବେଳେ ସ୍ବଚ୍ଛ ଭାରତ ମିଶନ ଅର୍ଥରେ ଏହାର ଆନୁସଙ୍ଗିକ ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି ା ଲୋକାର୍ପଣ ଉତ୍ସବରେ ଜିଲା ସହାରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମାଝୀ, କେନ୍ଦୁଝରଗଡ ପୌରପାଳିକାର ନିର୍ବାହୀ ଅଧିକାରୀ ଡଃ ମଧୁସ୍ମିତା ସାମନ୍ତରାୟ, କେନ୍ଦୁଝରଗଡ ପୌରପାଳିକାର ପରିମଳ ନିରୀକ୍ଷକ ବାଲ୍ୟମୁକୁନ୍ଦ ମିଶ୍ର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ।