ଆରମ୍ଭ ହେଲା ସିଲ୍କ ଇଣ୍ଡିଆ ଏକ୍ସପୋ

ଭୁବନେଶ୍ୱର,୧୦ା୮:ହସ୍ତଶିଳ୍ପୀ ଆର୍ଟିଜାନ୍ସ ଏବଂ ଓ୍ବେଭର୍ସ ଓ୍ବେଲଫେୟାର ଆସୋସିଏଶନ ପକ୍ଷ ରୁ ସ୍ଥାନୀୟ ହୋଟେଲ ନ୍ୟୁ ମ୍ୟାରିୟନଠାରେ ସିଲ୍କ ଇଣ୍ଡିଆ ଏକ୍ସପୋ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ଏକ୍ସପୋର ଆୟୋଜକ ଅଭିନନ୍ଦ ଏବଂ ଓଡ଼ିଆ ଅଭିନେତ୍ରୀ ପୁନମ ମିଶ୍ର ଉଦ୍‌ଘାଟନ କରିଥିଲେ। ୧୦ ଦିନ ଧରି ଚାଲିବାକୁ ଥିବା ଏହି ଏକ୍ସପୋରେ ଗ୍ରାହକମାନେ ବିଭିନ୍ନ ଡିଜାଇନର ଶାଢି ପାଇପାରିବେ। ଏକ୍ସପୋରେ ୬୫ ଷ୍ଟଲ ସ୍ଥାପନ କରାଯାଇଛି। ଏଠାରେ ଗ୍ରାହକମାନେ ହ୍ୟାଣ୍ଡ ବ୍ଲକ ପ୍ରିଣ୍ଟ ଶାଢି, ସୁଟ ଏବଂ ସିଲ୍କ ବେଡ କଭର, ଡିଜାଇନ ଓ୍ବେର ଏବଂ ବର୍ଡର, କୁର୍ତ୍ତି, ହାତ ତିଆରି ମଟକା ପାଇପାରିବେ। ସେହିଭଳି ଦେଶର ବିଭିନ୍ନ ପ୍ରାନ୍ତରୁ ଶାଢି ତଥା ଅନ୍ୟାନ୍ୟ କଲେକ୍ସନ ଏଠାରେ ଉପଲବ୍ଧ ହେବ। ଏହା ମଧ୍ୟରେ ରହିଛି ଆସାମ ମୁଗା ଫ୍ୟାବ୍ରିକ, ଅପୂର୍ବା ସିଲ୍କ ଶାଢି, ବାଲୁଚୁରି ଶାଢି, ଏମ୍ବ୍ରୋଡରି ଡିଜାଇନ ସିଲ୍କ ଶାଢି, ଭାଗଲପୁରୀ ସୁଟ, ପ୍ରିଣ୍ଟେଡ ସିଲ୍କ ଶାଢି, ରେଶମୀ ପ୍ଲେନ ଏବଂ ବୁଟି ଶାଢି, କର୍ନାଟକ ସିଲ୍କ ଶାଢି ରହିଛି। ଏହା ବାଦ୍‌ ଚନ୍ଦେରୀ ସିଲ୍କ, କୋଟା ସିଲ୍କ, ମଲବେରୀ ସିଲ୍କ, ଟେମ୍ପଲ ବର୍ଡର, ବନାରସ ଜାମଦାନୀ, ମହୀଶୂର ସିଳ୍କ, କାଞ୍ଜିବରମ୍‌ ସିଲ୍କ ଭଳି ଅନେକ ଉତ୍ପାଦ ପ୍ରଦର୍ଶନୀରେ ଉପଲବ୍ଧ। ଏଠାରେ ବୁଣାକାରଙ୍କ ନିକଟରେ ଗ୍ରାହକମାନେ ସିଧାସଳଖ ସାମଗ୍ରୀ କ୍ରୟ କରିପାରିବେ ବୋଲି ଆୟୋଜକ ଅଭିନନ୍ଦ କହିଛନ୍ତି। ଗୋଟିଏ ଛାତ ତଳେ ସିଲ୍କ ଶାଢି ଏବଂ ଡିଜାଇନର ପରିଧାନଗୁଡିକର ସମ୍ଭାର ଦେଖି ଅତ୍ୟନ୍ତ ଖୁସୀ ବୋଲି ପୁନମ୍‌ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri