ଆରମ୍ଭ ହେଲା ସିଲ୍କ ଇଣ୍ଡିଆ ଏକ୍ସପୋ

ଭୁବନେଶ୍ୱର,୧୦ା୮:ହସ୍ତଶିଳ୍ପୀ ଆର୍ଟିଜାନ୍ସ ଏବଂ ଓ୍ବେଭର୍ସ ଓ୍ବେଲଫେୟାର ଆସୋସିଏଶନ ପକ୍ଷ ରୁ ସ୍ଥାନୀୟ ହୋଟେଲ ନ୍ୟୁ ମ୍ୟାରିୟନଠାରେ ସିଲ୍କ ଇଣ୍ଡିଆ ଏକ୍ସପୋ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ଏକ୍ସପୋର ଆୟୋଜକ ଅଭିନନ୍ଦ ଏବଂ ଓଡ଼ିଆ ଅଭିନେତ୍ରୀ ପୁନମ ମିଶ୍ର ଉଦ୍‌ଘାଟନ କରିଥିଲେ। ୧୦ ଦିନ ଧରି ଚାଲିବାକୁ ଥିବା ଏହି ଏକ୍ସପୋରେ ଗ୍ରାହକମାନେ ବିଭିନ୍ନ ଡିଜାଇନର ଶାଢି ପାଇପାରିବେ। ଏକ୍ସପୋରେ ୬୫ ଷ୍ଟଲ ସ୍ଥାପନ କରାଯାଇଛି। ଏଠାରେ ଗ୍ରାହକମାନେ ହ୍ୟାଣ୍ଡ ବ୍ଲକ ପ୍ରିଣ୍ଟ ଶାଢି, ସୁଟ ଏବଂ ସିଲ୍କ ବେଡ କଭର, ଡିଜାଇନ ଓ୍ବେର ଏବଂ ବର୍ଡର, କୁର୍ତ୍ତି, ହାତ ତିଆରି ମଟକା ପାଇପାରିବେ। ସେହିଭଳି ଦେଶର ବିଭିନ୍ନ ପ୍ରାନ୍ତରୁ ଶାଢି ତଥା ଅନ୍ୟାନ୍ୟ କଲେକ୍ସନ ଏଠାରେ ଉପଲବ୍ଧ ହେବ। ଏହା ମଧ୍ୟରେ ରହିଛି ଆସାମ ମୁଗା ଫ୍ୟାବ୍ରିକ, ଅପୂର୍ବା ସିଲ୍କ ଶାଢି, ବାଲୁଚୁରି ଶାଢି, ଏମ୍ବ୍ରୋଡରି ଡିଜାଇନ ସିଲ୍କ ଶାଢି, ଭାଗଲପୁରୀ ସୁଟ, ପ୍ରିଣ୍ଟେଡ ସିଲ୍କ ଶାଢି, ରେଶମୀ ପ୍ଲେନ ଏବଂ ବୁଟି ଶାଢି, କର୍ନାଟକ ସିଲ୍କ ଶାଢି ରହିଛି। ଏହା ବାଦ୍‌ ଚନ୍ଦେରୀ ସିଲ୍କ, କୋଟା ସିଲ୍କ, ମଲବେରୀ ସିଲ୍କ, ଟେମ୍ପଲ ବର୍ଡର, ବନାରସ ଜାମଦାନୀ, ମହୀଶୂର ସିଳ୍କ, କାଞ୍ଜିବରମ୍‌ ସିଲ୍କ ଭଳି ଅନେକ ଉତ୍ପାଦ ପ୍ରଦର୍ଶନୀରେ ଉପଲବ୍ଧ। ଏଠାରେ ବୁଣାକାରଙ୍କ ନିକଟରେ ଗ୍ରାହକମାନେ ସିଧାସଳଖ ସାମଗ୍ରୀ କ୍ରୟ କରିପାରିବେ ବୋଲି ଆୟୋଜକ ଅଭିନନ୍ଦ କହିଛନ୍ତି। ଗୋଟିଏ ଛାତ ତଳେ ସିଲ୍କ ଶାଢି ଏବଂ ଡିଜାଇନର ପରିଧାନଗୁଡିକର ସମ୍ଭାର ଦେଖି ଅତ୍ୟନ୍ତ ଖୁସୀ ବୋଲି ପୁନମ୍‌ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri