ଆରମ୍ଭ ହେଲା ବିଶ୍ୱକପ୍‌: ଟସ୍‌ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି

ଲଣ୍ଡନ, ୩୦।୫- ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଗୁରୁବାରଠାରୁ ସ୍ଥାନୀୟ କେନିଙ୍ଗଟନ୍‌ ଓଭାଲ ଗ୍ରାଉଣ୍ଡରେ ଆରମ୍ଭ ହୋଇଯାଇଛି। ଉଦ୍‌ଘାଟନୀ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁ ପ୍ଲେସି ଟସ୍‌ ଜିତି ପ୍ରଥମେ ଘରୋଇ ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି। ଜାସନ ରଏ ଓ ଜନ୍ନି ବେୟାରଷ୍ଟୋ ଇଂଲଣ୍ଡ ପକ୍ଷରୁ ଓପନିଂ ବ୍ୟାଟିଂ କରିବାକୁ ଆସିଛନ୍ତି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଡୁ ପ୍ଲେସି ଲେଗ୍‌-ସ୍ପିନର ଇମ୍ରାନ ତାହିରଙ୍କୁ ବଲ୍‌ ଦେଇ ବୋଲିଂ ଆରମ୍ଭ କରିଛନ୍ତି। ତାହିର ମଧ୍ୟ ମ୍ୟାଚ୍‌ର ୨ୟ ବଲ୍‌ରେ ବେୟାରଷ୍ଟୋଙ୍କୁ ଉଇକେଟ୍‌କିପର କ୍ୱିଣ୍ଟନ ଡି କକ୍‌ଙ୍କ ହାତରେ କ୍ୟାଚ୍‌ କରାଇ ଦଳକୁ ପ୍ରଥମ ବ୍ରେକ୍‌ ଥ୍ରୁ ଦେଇଛନ୍ତି।

Share