ଆରମ୍ଭ ହେଲା ପ୍ରେମ ସପ୍ତାହ…ଆଜି ରୋଜ୍‌ ଡେ’

ଭୁବନେଶ୍ୱର,୭/୨ (ସୌମ୍ୟରଞ୍ଜନ ରାଉତ):ଫେବୃଆରୀ ୧୪, ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଓ ପ୍ରେମୀଯୁଗଳଙ୍କ ପାଇଁ ଖାସ୍‌ ଦିନଟିଏ। ଅନ୍ୟମାନଙ୍କ ପାଇଁ ହୁଏତ ଏହି ଦିନଟି ସାଧାରଣ, ହେଲେ ପ୍ରେମୀମାନଙ୍କ ପାଇଁ ପ୍ରତୀକ୍ଷାର ଦିନ। ବର୍ଷକର ପ୍ରତୀକ୍ଷା ପରେ ପୁଣି ଆସୁଛି ସେହିଦିନ। ଇତିମଧ୍ୟରେ ଶନିବାର ରୋଜ୍‌ ଡେ’ରୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ। ପ୍ରେମର ମାସ ଫେବୃଆରୀରେ ପ୍ରେମର ସପ୍ତାହକୁ ଅଭୁଲା ଓ ସ୍ମରଣୀୟ କରିବାକୁ ଲାଗିପଡିଛନ୍ତି ଯୁବପିଢ଼ି। ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ଭାଲେଣ୍ଟାଇନ୍ସ ୱିକ୍‌ ବା ପ୍ରେମ ସପ୍ତାହ ଭାବେ ପାଳନ କରିବାକୁ ପ୍ରେମିକା ଓ ପ୍ରେମିକଙ୍କ ମନରେ କାହିଁ କେତେ ଉତ୍କଣ୍ଠା। ପ୍ରତ୍ୟେକ ମୁହୂର୍ତ୍ତ ଓ ଦିନକୁ ନିଜ ମନର ମଣିଷ ପାଇଁ କିଏ କେତେ ସ୍ପେଶାଲ କରିପାରିବ ସେଥିପାଇଁ ଚାଲିଛି ପ୍ରତିଯୋଗିତା।
ଡେ’ର ସପ୍ତାହ ପୂର୍ବରୁ ଗିଫ୍ଟ ସେଣ୍ଟର୍‌, ଶପିଂ ମଲ୍‌,ସିନେମା ହଲ୍‌ ସବୁ ସବୁଠି ଦେଖୁବାକୁ ମିଳୁଛି ପ୍ରେମୀଯୁଗଳଙ୍କ ଗହଳି। କିଏ ଗିଫ୍ଟ ଓ କାର୍ଡରେ କାମ ଚଳାଇ ଦେଉଛି ତ କିଏ ସରପ୍ରାଇଜ୍‌ ପ୍ଲାନିଂକରି ନିଜ ପ୍ରେମିକା ଓ ପ୍ରେମିକକୁ ଖୁସି କରିବାକୁ ଚାହୁଁଛି। ଏହାକୁ ଦୃଷ୍ଟିରେ ରଖି ସହରରେ ଥିବା ଫୁଲଦୋକାନ, ଗିଫ୍ଟ ସେଣ୍ଟର ଏବଂ ସିଜନ୍‌ ସେଣ୍ଟରଗୁଡ଼ିକ ମଧ୍ୟ ନିଜକୁ ପ୍ରସ୍ତୁତ କରିନେଇଛନ୍ତି। ଏହି ୭ଦିନ ଭିତରେ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀମାନେ ଆଶା କରିଛନ୍ତି। ସୂର୍ଯ୍ୟନଗରସ୍ଥିତ ଜ୍ୟୋତି ଫ୍ଲୋରିଷ୍ଟ୍‌ର ଫୁଲ ବ୍ୟବସାୟୀ ନିମାଇଁ ଗୁରୁ କହିଛନ୍ତି, ଗୋଲାପର ଚାହିଦା ଅଧିକ ଥିବାରୁ ଫୁଲର ଦର ବଢ଼ିଯାଇଛି। ନାଲି ଗୋଲାପ ଗୋଟା ୪୦ରୁ ୫୦ଟଙ୍କା ରହିଥିବାବେଳେ ଅନ୍ୟ ରଙ୍ଗର ଗୋଲାପ ଦର ୫୦ ଟଙ୍କା ରହିଛି। ଅନ୍ୟପଟେ ଫୁଲ ତୋଡ଼ାଗୁଡିକ ୪୫୦ ଟଙ୍କାରୁ ଆରମ୍ଭ ହୋଇ ଭେରାଇଟ୍‌ ଅନୁଯାୟୀ ଦର ରହିଛି। ଏହି ଫୁଲଗୁଡ଼ିକ ବାଙ୍ଗାଲୋର ଓ ରାଇପୁରରୁ ଆସୁଛି ବୋଲି ବ୍ୟବସାୟୀ କହିଛନ୍ତି।

୭ଦିନ ସ୍ପେଶାଲ ଡେ’

ଭାଲେଣ୍ଟାଇନ୍‌ ୱିକ୍‌ର ୭ଦିନକୁ ସ୍ପେଶାଲ ଭାବେ ପାଳନ କରାଯିବ। ଶନିବାର ୭ ତାରିଖ ରୋଜ୍‌ ଡେ’, ୮ରେ ପ୍ରପୋଜ୍‌ ଡେ’, ୯ରେ ଚକୋଲେଟ୍‌ ଡେ’, ୧୦ରେ ଟେଡି ଡେ’, ୧୧ରେ ପ୍ରମିଜ୍‌ ଡେ’, ୧୨ରେ ହଗ୍‌ ଡେ’, ୧୩ରେ କିସ୍‌ ଡେ’ ଏବଂ ଶେଷରେ ଫେବୃଆରୀ ୧୪କୁ ଭାଲେଣ୍ଟାଇନ୍‌ ବା ପ୍ରେମ ଦିବସଭାବେ ପାଳନ କରାଯାଇଥାଏ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ରୁଷିଆ ତେଲ କ୍ରୟ ଉପରେ ହଟିଲା ଟାରିଫ, ଭାରତ -ଆମେରିକା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଜାରି

ନୂଆଦିଲ୍ଲୀ,୭।୨: ଆମେରିକା ଏବଂ ଭାରତ ଏକ ମଧ୍ୟବର୍ତ୍ତୀ ବାଣିଜ୍ୟ ଚୁକ୍ତିନାମା ପାଇଁ ଶୁକ୍ରବାର ଢାଞ୍ଚା ପ୍ରକାଶ କରିଛନ୍ତି। ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ଏକ ବ୍ୟାପକ…

ଟି-୨୦ ବିଶ୍ୱକପ ଆରମ୍ଭର କିଛି ଘଣ୍ଟା ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା: ବଦଳିଲା ଟିମ୍‌

ନୂଆଦିଲ୍ଲୀ,୭।୨:  ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଦ୍ରୁତ ବୋଲର ହର୍ଷିତ ରାଣା ଆଣ୍ଠୁରେ ଆଘାତ ଯୋଗୁ ସମଗ୍ର ଟୁର୍ନାମେଣ୍ଟରୁ…

ଟ୍ରେଡ୍‌ ନୁହେଁ, ଟ୍ରାପ୍‌ ଡିଲ୍‌: କଂଗ୍ରେସ

ନୂଆଦିଲ୍ଲୀ,୭ା୨: ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା, ପୂର୍ବତନ ସେନାମୁଖ୍ୟ ଏମ୍‌.ଏମ୍‌. ନରଓ୍ବଣେଙ୍କ ଅପ୍ରକାଶିତ ପୁସ୍ତକର ବିବାଦୀୟ ପ୍ରସଙ୍ଗ ଏବଂ ବିରୋଧୀ ଦଳର ୮ ଏମ୍‌ପିଙ୍କ ନିଲମ୍ବନକୁ ବିରୋଧ…

ଆମେରିକାର ‘ବେଆଇନ ବିଦେଶୀ’ ତାଲିକାରେ ୮୯ ଭାରତୀୟ

ନୂଆଦିଲ୍ଲୀ,୭ା୨: ବେଆଇନ ବିଦେଶୀ ଅପରାଧୀଙ୍କ ତାଲିକା ଶେୟାର କରିବା ପାଇଁ ଆମେରିକାର ହୋମ୍‌ଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ‘ଆରେଷ୍ଟେଡ୍‌: ଓ୍ବର୍ଷ୍ଟ ଅଫ୍‌ ଓ୍ବର୍ଷ୍ଟ’ ନାମରେ ଏକ ପବ୍ଲିକ୍‌…

ଚନ୍ଦ୍ରକୁ ଯିବ iPhone: ନାସା କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୨: ଚନ୍ଦ୍ରକୁ ଯାତ୍ରା କରୁଥିବା ମହାକାଶଚାରୀମାନେ ଏବେ ନିଜ ସହିତ iPhone ନେଇପାରିବେ। ଆମେରିକାର ମହାକାଶ ସଂସ୍ଥା ନାସା ଏବେ ମହାକାଶଚାରୀମାନଙ୍କୁ iPhone ଏବଂ ଅନ୍ୟାନ୍ୟ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri