ଆରଆଇଙ୍କୁ ଆକ୍ରମଣ ଘଟଣା: ପଥରଖାଦାନ, ମାଫିଆଙ୍କ ଘରେ ଚଢ଼ାଉ

ନୀଳଗିରି,୨୬।୨୮(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଚୋରା ପଥର ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ହେବାରେ ଲାଗିଛି। ନୀଳଗିରି ତହସିଲ ଅଧୀନ ବାଘମରା ଅଞ୍ଚଳରେ ସୋମବାର ବ୍ଲାଷ୍ଟିଙ୍ଗ କରି ପଥର ଚୋରି ହେଉଥିବା ନେଇ ତହସିଲଦାରଙ୍କ ନିର୍ଦ୍ଦେଶରେ ସଜନାଗଡ଼ ଆରଆଇ କେଏସ୍‌ ସନ୍ତୋଷ କୁମାରଙ୍କୁ ଘଟଣାସ୍ଥଳକୁ ତଦନ୍ତ କରିବାକୁ ଯାଇ ଫଟୋ ଉତ୍ତଳନ କରିଥିଲେ। ଫେରିବା ସମୟରେ ତାଙ୍କୁ ପଥର ମାଫିଆ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ମଙ୍ଗଳବାର ନୀଳଗିରି ଉପଜିଲାପାଳ, ତହସିଲଦାର ଓ ଆଇଆଇସି ପୋଲିସ ଫୋର୍ସ ନେଇ ଚୋରାଖାଦାନ ଓ ଆକ୍ରମଣ କରିଥିବା ମାଫିଆଙ୍କ ଘରେ ଚଢ଼ାଉ କରିଥିଲେ। କମ୍ପ୍ରେସର ମେଶିନ, ଟ୍ରାକ୍ଟର, ଜିପ ସହ ବହୁ ଯନ୍ତ୍ରାଂଶ ଜବତ ହୋଇଥିବା ଜଣାପଡିଛି। ଏଭଳି ଚଢ଼ାଉ ପରେ ପଥର ମାଫିଆମାନଙ୍କ ଭିତରେ ଛନକା ପଶିିଛି ।