ଆମ୍ବ ତୋଟାରେ କ୍ୱାରାଣ୍ଟାଇନ୍‌

ପାତ୍ରପୁର,୧୨ା୪(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତ ଦେଶାରୀ ଗ୍ରାମର ପରିକ୍ଷୀତ ନାଇକ ନେଲୁରରୁ ଚାଲିଚାଲି ଗତ ଶୁକ୍ରବାର ଗ୍ରାମରେ ପହଞ୍ଚତ୍ଥିଲ। ଅଙ୍ଗନଓ୍ବାଡି କର୍ମୀ ତାଙ୍କୁ ନେଇ ପାତ୍ରପୁର ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା ସହ ବିଡ଼ିଓ, ବିଇଓ, ସିଡ଼ିପିଓ ପ୍ରମୁଖଙ୍କୁ ଜଣାଇଥିଲେ। କିନ୍ତୁ ୨ଦିନ ହେଲା କେହି କ୍ୱାରାଣ୍ଟାଇନ ଗୃହକୁ ନ ନେବାରୁ ସେ ଏବେ ନିକଟସ୍ଥ ଆମ୍ବ ତୋଟାରେ ରହୁଛନ୍ତି। ପରିବାର ଲୋକେ ସେଠାରେ ଯାଇ ଖାଇବାକୁ ଦେଇ ଆସୁଛନ୍ତି। ପ୍ରଶାସନ ତୁରନ୍ତ ତାଙ୍କୁ ଉଦ୍ଧାର କରିବାକୁ ଦାବି ହେଉଛି।