Categories: ଫୁରସତ

ଆମ୍ବ କିଲୋ ୩ ଲକ୍ଷ ଟଙ୍କା

ଟୋକିଓ: କୁହାଯାଏ, ଆମ୍ବ ଫଳ ମଧ୍ୟରେ ରାଜା। ଏହା ଭାରତର ଜାତୀୟ ଫଳ। ବିଶେଷକରି ବିଶ୍ୱର ସବୁଠୁ ଅଧିକ ଆମ୍ବ ଭାରତୀୟମାନେ ଖାଇଥାନ୍ତି। କିନ୍ତୁ ଏମିତି ଆମ୍ବ ଅଛି ଯାହାର ଦାମ୍‌ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ତାଇୟୋ ନୋ ତାମାଗେ(ଏଗ୍‌ ଅଫ୍‌ ଦ ସନ୍‌) ନାମକ ଏକ କିସମ ଆମ୍ବ ଅଛି। ଯାହା ଜାପାନର ମିୟାଜାକି ଜିଲାରେ ଦେଖିବାକୁ ମିଳିଥାଏ। ସମଗ୍ର ଜାପାନରେ ଏହା ବିକ୍ରି ହୋଇଥାଏ। ଏଠାରେ ଏହି ଆମ୍ବର ଦାମ୍‌ ଆକାଶଛୁଆଁ। ଏହି ଆମ୍ବ ଦେଖିବାକୁ ଅଧା ଲାଲ୍‌ ଏବଂ ଅଧା ହଳଦିଆ। ଜାପାନରେ ଗ୍ରୀଷ୍ମ ଏବଂ ଶୀତ ଋତୁରେ ଏହା ମିଳିଥାଏ। ତେଣୁ ଏହାର ଦାମ୍‌ ଢେର୍‌ ଅଧିକ। ଏଠାରେ ଆମ୍ବ ଯୋଡ଼ାର ଦାମ୍‌ ୩୬୦୦ ଡଲାର ଅର୍ଥାତ୍‌ ୭୨ ହଜାର ଟଙ୍କାରେ ବିକ୍ରି ହୋଇଥାଏ। ପ୍ରତ୍ୟେକ ଆମ୍ବର ଓଜନ ୩୫୦ ଗ୍ରାମ୍‌। ଏକ କିଲୋଗ୍ରାମ୍‌ ଆମ୍ବ କିଣିଲେ ହାରାହାରି ୩ ଲକ୍ଷରୁ ଅଧିକ ଟଙ୍କା ଦେବାକୁ ପଡ଼ିଥାଏ।
ମନରେ ପ୍ରଶ୍ନ ଉଠେ ଏହି ଆମ୍ବର ଦାମ୍‌ କ’ଣ ପାଇଁ ଏତେ ଅଧିକ। କାରଣ ଏହି କିସମର ଆମ୍ବଗଛ ଲଗାଇବାକୁ ବହୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ଜାପାନର କୃଷକ ପ୍ରତ୍ୟେକ ଆମ୍ବ ଫଳିବା ପରେ ଏକ ଛୋଟ ଜାଲ ଦ୍ୱାରା ଘେରାଉ କରିଥାନ୍ତି। ଏପରିକି ପ୍ରତ୍ୟେକ ଆମ୍ବରେ ଯେପରି ସୂର୍ଯ୍ୟାଲୋକ ପଡ଼ିବ ସେପରି ବ୍ୟବସ୍ଥା କରାଯାଇଥାଏ। ଯେତେବେଳେ ଆମ୍ବ ପୂରା ପାଚିଥାଏ ସେତେବେଳେ ଏଥିରୁ ଜାଲ୍‌ କଢ଼ାଯାଇଥାଏ। ପରେ ଏହାକୁ ତୋଳା ଯାଇ ବଜାରରେ ଉଚ୍ଚା ଦର୍‌ରେ ବିକ୍ରି କରାଯାଇଥାଏ। ଏହି ଆମ୍ବ ଖାଇବାକୁ ବହୁ ସ୍ବାଦିିଷ୍ଟ୍‌ ହୋଇଥିବାରୁ ଦର ମଧ୍ୟ ଉଚ୍ଚ ରହିଥାଏ।

Share