ଆମ୍ବଲାନ୍ସକୁ ଧକ୍କା ଦେଲା ଗୋରୁ ବୋଝେଇ ପିକ୍‌ଅପ୍‌: ୧୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଜଣେ ଆହତ

ବାହାନଗା,୨୨ା୯(ଡି.ଏନ.ଏ.)-ବାହାନଗା ବ୍ଲକ ଖନ୍ତାପଡାସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ଚିତାପଦା ଡାଇଭର୍ଶନଠାରେ ସୋମବାର ଏକ ଆମ୍ବଲାନ୍ସ ପଛପଟୁ ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ ଧକ୍କା ଦେଇଥିଲା ା ଫଳରେ ଆମ୍ବଲାନ୍ସର ହେଲପର୍‌ ଗୁରୁତର ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ଗୋରୁ ବୋଝେଇ ପିକ୍‌ଅପ୍‌ ମଧ୍ୟରୁ ୧୦ରୁ ଊର୍ଦ୍ଧ୍ୱ ଗୋରୁକୁ ଉଦ୍ଧାର କରିଛନ୍ତି।
ସୋମବାର ସୋର ଅଞ୍ଚଳରୁ ଏକ ଆମ୍ବୁଲାନ୍ସ (ନଂ.ଓଡି-୦୨-ଜି-୧୭୩୦) ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଜଣେ ରୋଗୀଙ୍କୁ ନେଇଯାଉଥିଲେ। ଖନ୍ତାପଡାସ୍ଥିତ ଚିତ୍ତାପଦା ଡାଇଭର୍ଶନ୍‌ଠାରେ ଏକ ମୋଟର ସାଇକେଲ ଆମ୍ବୁଲାନ୍ସ ସାମନା ଦେଇ ପାସ୍‌ କରିଯିବାରୁ ଆମ୍ବୁଲାନ୍ସ ବ୍ରେକ ମାରି ନିଜର ବେଗ କମାଇଥିଲା। ଫଳରେ ସେହି ସମୟରେ ପଛପଟୁ ଆସୁଥିବା ଏକ ଗୋରୁ ବୋଝେଇ ପିକଅପ୍‌ (ନଂ.ଓଆର-୦୧କେ-୨୧୬୩) ଆମ୍ବୁଲାନ୍ସ ସହ ପିଟି ହୋଇଯାଇଥିଲା। ଆମ୍ବୁଲାନ୍ସ ହେଲପର ସୁଶାନ୍ତ ସ୍ବାଇଁ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଖନ୍ତାପଡା ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଲୋକମାନେ ଉତ୍ତ୍ୟକ୍ତ ହୋଇ ଗୋରୁ ବୋଝେଇ ପିକ୍‌ଅପ୍‌କୁ ଅଟକାଇ ସେଥିରୁ ବେଆଇନ ଭାବେ ଚାଲାଣ ହେଉଥିବା ୧୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରିଥିଲେ। ସେଥିମଧ୍ୟରୁ ଗୋଟିଏ ଗୋରୁର ମୃତ୍ୟୁ ହୋଇଛି। ଖବରପାଇ ଖନ୍ତାପଡା ଥାନା ପୋଲିସ୍‌ ପହଞ୍ଚି ଦୁର୍ଘଟଣା ଘଟାଇଥିବା ପିକଅପ୍‌କୁ ଜବତ କରିଛି। ଏହି ପିକଅପ୍‌ ଭଦ୍ରକ ଜିଲା ବେତଡା ହାଟରୁ ଗୋରୁ ବୋଝେଇ କରି ପଶ୍ଚିମବଙ୍ଗ ଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri