Categories: ଫୁରସତ

ଆମ୍ବର ମୂଲ୍ୟ ୫ଶହ ଟଙ୍କା

ଗୀଷ୍ମରେ ଆମ୍ବର ସ୍ବାଦ ସମସ୍ତେ ଅଳ୍ପ ବହୁତେ ଚାଖିଥିବେ। ହେଲେ ମଧ୍ୟ ପ୍ରଦେଶର ଅଲିରାଜପୁର ଜିଲାର କଠିଓ୍ବାଡା ଅଞ୍ଚଳରେ ମିଳୁଥିବା ‘ନୁରଜାହାଁ’ ପ୍ରଜାତିର ଆମ୍ବ କେହି କେହି ଚାଖି ନ ଥାଇ ପାରନ୍ତି। ଏହି ଆମ୍ବର ଲମ୍ବ ପାଖାପାଖି ୧ ଫୁଟ ହୋଇଥିବା ବେଳେ ଏହାର ଟାକୁଆର ଓଜନ ୧୫୦ରୁ ୨୦୦ଗ୍ରାମ ହୋଇଥାଏ। ଏହା ଖୁବ୍‌ କମ୍‌ ପରିମାଣରେ ମିଳୁଥିବାରୁ ଲୋକେ ଫଳ ଆରମ୍ଭରୁ ହିଁ ଏହାକୁ ବୁକ୍‌ କରି ନିଅନ୍ତି। ଆଉ ଏହାର ଚାହିଦାକୁ ଦେଖି ଏହାର ଦାମ୍‌ ୫ଶହ ଟଙ୍କା ଛୁଇଁଥାଏ। ଇନ୍ଦୋରଠାରୁ ପାଖାପାଖି ୨୫୦ କିଲୋମିଟର ଦୂର କଠିଓ୍ବାଡାରେ ଥିବା ଏହି ‘ନୁରଜାହାଁ’ ପ୍ରଜାତିର ବିଶେଷଜ୍ଞ ଇସାକ ମନସୁରୀ କୁହନ୍ତି, ଚଳିତ ବର୍ଷ ଭଲ ପାଗ ଥିବାରୁ ଏଥର ଅମଳ ଭଲ ହେବ। ଜାନୁୟାରୀ ସୁଦ୍ଧା ଏହି ଆମ୍ବର ବଉଳ ଧରୁଥିବା ବେଳେ ଜୁନ୍‌ ଶେଷ ସୁଦ୍ଧା ଏହା ପାଚି ଯାଇଥାଏ। ଆଉ ଗୋଟିଏ ଆମ୍ବର ଓଜନ ୨.୫ରୁ ୩.୭୫ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ। ମୌସୁମି ଉପରେ ବିଶେଷ କରି ଫଳର ପରିମାଣ ନିର୍ଭର କରିଥାଏ। ଛୋଟ ପିଲା ଭଳି ଏହାର ଯତ୍ନ ନେବାକୁ ପଡିଥାଏ ବୋଲି କୁହନ୍ତି ମନସୁରୀ ।

Share