ଆମ୍ବନାଳ ସେତୁର ଆପ୍ରୋଚ ରାସ୍ତା ନିର୍ମାଣ ଦାବି

ଖଣ୍ଡପଡ଼ା,୧୧।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡ଼ା ସହରରୁ ଜେଲଖାନା ଛକଦେଇ ନିକଟସ୍ଥ ବନମାଳୀପୁର ଗ୍ରାମକୁ ସଂଯୋଗ କରୁଥିବା ଆମ୍ବନାଳ ଉପରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ସେତୁ ନିର୍ମାଣ ହୋଇଛି। ଉକ୍ତ ସେତୁ କାର୍ଯ୍ୟ ଶେଷ ହେବାର ଇତିମଧ୍ୟରେ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ସେତୁକୁ ସଂଯୋଗ କରୁଥିବା ଉଭୟ ପାର୍ଶ୍ୱ ଆପ୍ରୋଚ ରାସ୍ତା ନିର୍ମାଣରେ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ସେତୁର ଆପ୍ରୋଚ ରାସ୍ତା ନିମନ୍ତେ ଗାର୍ଡୱାଲ ନିର୍ମାଣ କାର୍ଯ୍ୟ ୬ ମାସ ତଳୁ ଶେଷ ହୋଇଛି। ଖଣ୍ଡପଡା ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ତ୍ତୃପକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେତୁ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ ହୋଇଥିବା ଜଣାପଡିଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।