ଆମ୍ବତୋଟାରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ

ମୟୂରଭଞ୍ଜ,୧।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ପେଡ଼ାଗଡ଼ି ଗ୍ରାମ ଆମ୍ବ ତୋଟାରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ରବିବାର ଉଦ୍ଧାର କରାଯାଇଛି। ସେ ହେଲେ ଉକ୍ତ ଗ୍ରାମର ବ୍ରଜ କିଶୋର ବିନ୍ଧାଣୀ ।
ସକାଳେ ଏକ ଗଛରେ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇଛି। ତେବେ ମୃତ୍ୟୁର କାରଣ ଏଯାବତ୍‌ ଅସ୍ପଷ୍ଟ ରହିଛି। ଏ ନେଇ ପୋଲିସ ତଦନ୍ତ ଚଳାଇଛି।