ଆମେରିକା ସୈନ୍ୟ ଥିବା ଇରାକ ଘାଟି ଉପରେ ରକେଟ ମାଡ଼

ବାଗଦାଦ,୧୫ା୩(ଏଏଫ୍‌ପି): ଆମେରିକା ଓ ୟୁରୋପୀୟ ସୈନ୍ୟ ରହୁଥିବା ଇରାକର ଏକ ଘାଟି ଉପରେ ସାନି ରକେଟ ମାଡ଼ ହୋଇଛି। ବାଗଦାଦ୍‌ର ଉତ୍ତର ପାର୍ଶ୍ୱରେ ଥିବା ଏହି ଘାଟି ଉପରେ ଦିନବେଳା ଆକ୍ରମଣ କରାଯାଇଛି। ଗତ ଅକ୍ଟୋବରଠାରୁ ଆମେରିକା ସୈନ୍ୟ ରହୁଥିବା ଇରାକର ବିଭିନ୍ନ ଘାଟି ଉପରେ ଏହା ୨୩ତମ ଆକ୍ରମଣ। ଶନିବାର ହୋଇଥିବା ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନ ଥିବାବେଳେ ହାଶେଦ୍‌ ଅଲ୍‌-ଶାବିକୁ ଏଥିପାଇଁ ଦୋଷ ଦେଇଛି ଆମେରିକା। ଟାଜି ଏୟାରବେସ୍‌ ଉପରେ ଅନେକ ରକେଟ ମାଡ଼ କରାଯାଇଥିବା ଇରାକ ଓ ଆମେରିକାର ସାମରିକ ଅଧିକାରୀ ସୂଚନା ଦେଇଛନ୍ତି। ଏଥିରେ ଇରାକର ଦୁଇଜଣ ସୈନ୍ୟ ଗୁରୁତର ହୋଇଛନ୍ତି। ଇରାକୀ ସେନା ଲଞ୍ଚ୍‌ ପ୍ୟାଡ୍‌ ଠାବ କରିଥିବାବେଳେ ଆକ୍ରମଣକାରୀଙ୍କୁ ଧରିବାରେ ବିଫଳ ହୋଇଛି।

Share