ଆମେରିକା-ଇରାନ ସଙ୍କଟ ପୁଣି ଘନେଇଲା

ବାଗଦାଦ୍‌,୧୬।୨: ଆମେରିକା ଇରାନ ମଧ୍ୟରେ ସଙ୍କଟ ପୁଣି ଘନେଇଛି। ଇରାକର ରାଜଧାନୀ ବାଗଦାଦ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଛି। ପ୍ରତିଶୋଧ ନେବା ପାଇଁ ଇରାନ ଏଭଳି କରିଥିବା କୁହାଯାଉଛି। ଆମେରିକା ସୈନ୍ୟ ଶିବିର ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଥିବା କୁହାଯାଉଛି। କିଛି କ୍ଷେପଣାସ୍ତ୍ର ଇରାକରେ ଥିବା ଆମେରିକା ଦୂତାବାସ ନିକଟରେ ପଡ଼ିଛି। ତେବେ ଆମେରିକା କିମ୍ବା ଇରାନ ଏନେଇ କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି।

Share