Categories: ବାଣିଜ୍ୟ

ଆମେରିକାର ସରକାରୀ ସିକ୍ୟୁରିଟିଜରେ ଭାରତର ନିବେଶ ୬ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୧୯-୮: ଆମେରିକାରେ ଭାରତର ନିବେଶ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସେ ଦେଶର ସରକାରୀ ସିକ୍ୟୁରିଟିଜରେ ଭାରତର ନିବେଶ ୬ ବିଲିୟନ ଡଲାର ବୃଦ୍ଧି ପାଇ ଜୁନ୍‌ ଶେଷ ସୁଦ୍ଧା ୧୬୨.୭୦ ବିଲିୟନ ଡଲାରରେ ପହଞ୍ଚତ୍ଛି। ଏହା ଅତିକମ୍‌ରେ ଗୋଟିଏ ବର୍ଷର ସର୍ବାଧିକ ସ୍ତର ରହିଛି। ଆମେରିକା ଅର୍ଥ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ ସରକାରୀ ପ୍ରତିଭୂତି(ସିକ୍ୟୁରିଟିଜ)ରେ ଜାପାନ ସର୍ବାଧିକ ନିବେଶ କରିଛି। ଜୁନ୍‌ ଶେଷ ସୁଦ୍ଧା ଏହି ଦେଶ ୧,୧୨୨ ବିଲିୟନ ଡଲାର ନିବେଶ କରିଛି। ଏହାପରେ ଚାଇନା ରହିଛି। ଏହି ଦେଶ ୧୧୧୨ ବିଲିୟନ ଡଲାର ନିବେଶ କରିଛି। ସରକାରୀ ତଥ୍ୟ ଅନୁଯାୟୀ ଭାରତ ଏହି ଦୃଷ୍ଟିରୁ ୧୩ତମ ସ୍ଥାନରେ ରହିଛି। ଆମେରିକା ସିକ୍ୟୁରିଟିଜରେ ବ୍ରିଟେନ(୩୪୧.୧୦ ବିଲିୟନ ଡଲାର),ବ୍ରାଜିଲ(୩୧୧.୭୦ ବିଲିୟନ ଡଲାର), ଆୟରଲାଣ୍ଡ(୨୬୨.୧୦ ବିଲିୟନ ଡଲାର), ସୁଇଜରଲାଣ୍ଡ(୨୩୨.୯୦ ବିଲିୟନ ଡଲାର), ଲକ୍ଜମବର୍ଗ(୨୩୧ ବିଲିୟନ ଡଲାର), କ୍ୟାମେନ ଆଇଲ୍ୟାଣ୍ଡସ(୨୨୬.୬୦ ବିଲିୟନ ଡଲାର), ହଂକଂ(୨୧୫.୬୦ ବିଲିୟନ ଡଲାର), ବେଲ୍‌ଜିୟମ(୨୦୩.୬୦ ବିଲିୟନ), ସଉଦି ଆରବ(୧୭୯.୬୦ ବିଲିୟନ ଡଲାର) ଏବଂ ତାଇଓ୍ବାନ(୧୭୫.୧୦ ବିଲିୟନ ଡଲାର) ନିବେଶ କରିଛନ୍ତି।

Share