ଆମେରିକାରେ ୨୪ ଘଣ୍ଟାରେ ୧୪୮୦ କରୋନା ସଂକ୍ରମିତଙ୍କ ମୃତ୍ୟୁ

ୱାଶିଂଟନ, ୪ ।୪: ଆମେରିକାରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୪୮୦ ଲୋକଙ୍କ ମୃତ୍ୟୁ ଘଟିଛି । ସେହିପରି ଏହି ସମୟ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୨ ହଜାର ଟପିଛି । ଶନିବାର ସୁଦ୍ଧା ଏଠାରେ କରୋନା ମୃତ୍ୟୁ ସଂଖ୍ୟା ୭ ହଜାର ୩୯୨ରେ ପହଞ୍ଚିଛି । ଅପରପକ୍ଷରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ଛୁଇଁଛି ।

Share