ଆମେରିକାରେ ମଣିଷଠାରୁ ଗୃହପାଳିତ ପ୍ରାଣୀଙ୍କୁ ବ୍ୟାପିଲା କରୋନା: ୨ ବିଲେଇ ପଜିଟିଭ୍‌

ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ନ୍ୟୁୟର୍କ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏଠାରେ ମୃତ୍ୟୁ ସଂଖ୍ୟା ବି ଅଧିକ ରହିଛି। ଆମେରିକାରେ ଗୋଷ୍ଠୀ ସଂକ୍ରମଣ ଜାରି ରହିଥିବାବେଳେ ଏବେ ଗୃହପାଳିତ ପ୍ରାଣୀ ମଧ୍ୟ ସଂକ୍ରମିତ ହେବା ଆରମ୍ଭ କରିଛନ୍ତି। ନ୍ୟୁୟର୍କରେ ୨ ବିଲେଇଙ୍କ ନମୁନା କରୋନା ପଜିଟିଭ୍‌ ଆସିଛି। ଏହାକୁ ନେଇ ଏବେ ଆମେରିକା ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କୃଷି ବିଭାଗ ଏବଂ ରୋଗ ନିୟନ୍ତ୍ରଣ ଓ ପ୍ରତିଷେଧକ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ବିଲେଇ ୨ଟି ମନୁଷ୍ୟଙ୍କ ମିଳାମିଶା କରିବା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଧୀରେଧୀରେ ଅଧିକ ଗୃହପାଳିତ ପ୍ରାଣୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବାର ଆଶଙ୍କା ଥିବା ରୋଗ ନିୟନ୍ତ୍ରଣ ଓ ପ୍ରତିଷେଧକ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Share