ଆମେରିକାରେ ଆର୍ଥିକ ସ୍ଥିତି ଗମ୍ଭୀର

ଲରେଡୋ, ଟେକ୍ସାସ,୨୬ା୩: କରୋନା ସଂକ୍ରମଣ ଯୋଗୁ ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ଆମେରିକାର ଆର୍ଥିକ ସ୍ଥିତି ଗୁରୁତର ପ୍ରଭାବିତ ହୋଇଛି। ନୂତନ ତଥ୍ୟ ପଦାକୁ ଆସିବା ପରେ ଏହି ଦେଶର ଅର୍ଥନୀତି କିଭଳି ସଙ୍କଟର ସମ୍ମୁଖୀନ ହୋଇଛି ତାହା ସ୍ପଷ୍ଟ ହେବ। ତେବେ ଦ୍ୱିତୀୟ ତ୍ରୈୟମାସିକରେ ଆମେରିକାରେ ବେକାରି ହାର ୩୦ ପ୍ରତିଶତ ବଢ଼ିପାରେ ବୋଲି ସେଣ୍ଟ ଲୁଇସ୍‌ ଫେଡେରାଲ ରିଜର୍ଭ ବ୍ୟାଙ୍କର ଅଧ୍ୟକ୍ଷ ଜେମ୍ସ ବୁଲାର୍ଡ ପୂର୍ବାନୁମାନ କରିଛନ୍ତି। ଏହା ୩୦ ଦଶକର ଦୀର୍ଘ ମାନ୍ଦାବସ୍ଥା ସ୍ଥିତିଠାରୁ ଅଧିକ। କେବଳ ଗତ ସପ୍ତାହରେ ଆମେରିକାରେ ୨୦ ଲକ୍ଷରୁ ଅଧିକ ବେରୋଜଗାରୀ ସୁବିଧା ପାଇବା ପାଇଁ ଆବେଦନ କରିଥିବା ଗୋଲ୍ଡମ୍ୟାନ ସାଚସ୍‌ ଆକଳନ କରିଛନ୍ତି।
କରୋନା ସଂକ୍ରମଣ ଜନିତ ଲକ୍‌ଡାଉନ ପାଇଁ ଆମେରିକାରେ ଅନେକ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନରେ ତାଲା ପଡିଛି। ସମସ୍ତ ଗ୍ରାମାଞ୍ଚଳ ରେଷ୍ଟୁରାଣ୍ଟ ବନ୍ଦ ହେବା ସହ କର୍ମଚାରୀ ଛଟେଇ ହୋଇଛନ୍ତିି। ନିଯୁକ୍ତି ହରାଇଥିବା ରୋଷେଇ ପ୍ରଶିକ୍ଷକ ଆଲବର୍ଟୋ ମେଣ୍ଡୋଜା ଖୁବ୍‌ଶୀଘ୍ର ବେକାରୀ ସୁବିଧା ପାଇବାକୁ ଯାଉଛନ୍ତି। ତାଙ୍କୁ ଘରଭଡ଼ା ଓ ଟ୍ରକ୍‌ ବିଲ୍‌ ଦେବାକୁ ପଡୁଛି। ଏଥିସହିତ ୩ ଜଣ ପିଲାଙ୍କ ଲାଳନପାଳନ କରିବାକୁ ପଡୁଛି ବୋଲି ସେ କହିଛନ୍ତି।
କେବଳ ମେଣ୍ଡୋଜା ନୁହନ୍ତି, ଆମେରିକାର ଦକ୍ଷିଣ ସୀମାନ୍ତରେ ଅବସ୍ଥିତ ଟେକ୍ସାସ ରାଜ୍ୟର ଲରେଡୋ ସହରରେ ହଜାର ହଜାର ଲୋକ କରୋନା ଯୋଗୁ ଆର୍ଥତ୍କ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଏହି ସହରରେ ଏପର୍ଯ୍ୟନ୍ତ କରୋନାରେ କେହି ମରି ନ ଥିବାବେଳେ ମାତ୍ର ୯ ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ମହାମାରୀ ଯୋଗୁ ସରକାର ବ୍ୟବସାୟିକ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ସହ ଲୋକମାନଙ୍କୁ ଘରେ ରହିବା ଲାଗି ନିର୍ଦ୍ଦେଶ ଦେଇଥିବାରୁ ଆମେରିକାର ସବୁଠୁ ଗରିବ ସହର ଲରେଡୋରେ ଆର୍ଥତ୍କ ଦୁଃସ୍ଥିତି ଦେଖାଦେଇଛି। ଦାରିଦ୍ର୍ୟ ଯୋଗୁ ସେଠାର ଜନସାଧାରଣ ନିଜକୁ ଆଇସୋଲେଶନରେ ରଖିବା କିମ୍ବା ଉପଯୁକ୍ତ ଚିକିତ୍ସା ସେବା ଉପଲବ୍ଧ କରାଇବା କଷ୍ଟକର ହୋଇପଡିଛି ବୋଲି ମେରିଲାଣ୍ଡ ୟୁନିଭର୍ସିଟିର ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ପ୍ରଫେସର ସାନ୍ଦ୍ରା କ୍ୱିନ୍‌ କହିଛନ୍ତି। ମହାମାରୀ ସାମାଜିକ ଅସମାନତା ବଢ଼ାଇବା ସହ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ତାରତମ୍ୟ ବଢ଼ାଇ ଦେଇଥିବା ସେ କହିଛନ୍ତି। ଆମେରିକା ଜନସଂଖ୍ୟା ବ୍ୟୁରୋ ତଥ୍ୟ ଅନୁଯାୟୀ ଲରେଡୋ ସମେତ ଓ୍ବେବ୍‌ କାଉଣ୍ଟିର ପ୍ରତି ୩ ଜଣରେ ଜଣେ ସଂଘୀୟ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ଅଧିକାଂଶଙ୍କର ସ୍ବାସ୍ଥ୍ୟବୀମା ନାହିଁ। ଏହି ସହରର ସ୍କୁଲ ପିଲାମାନେ ରିହାତିରେ ମଧ୍ୟାହ୍ନ ଭୋଜନ ଓ ଅନ୍ୟ ସରକାରୀ ସୁବିଧା ପାଇଥାନ୍ତି। ସ୍ବଳ୍ପ ଆୟକାରୀ ପରିବାର ଭାବରେ ମେଣ୍ଡୋଜାଙ୍କ ୩ ପିଲାଙ୍କର ସରକାରୀ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ବୀମା କରାଯାଇଥିବାବେଳେ ମେଣ୍ଡୋଜା ନିଜର ବୀମା କରିପାରିନାହାନ୍ତି।
କରୋନା ସଂକ୍ରମଣ ପୂର୍ବରୁ ଓ୍ବେବ୍‌ କାଉଣ୍ଟିରେ ବେକାରି ହାର ଜାନୁୟାରୀରେ ୪.୧ ପ୍ରତିଶତ ଥିଲା, ଯାହାକି ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ। ଏବେ ଲକ୍‌ଡାଉନ ଯୋଗୁ ବହୁ ସଂଖ୍ୟାରେ କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ଏଥିସହିତ ଏହି ଅଞ୍ଚଳର ଅଧିକାଂଶ ଲୋକ ପରିବହନ ଉପରେ ନିର୍ଭର କରୁଥିବାବେଳେ ମେକ୍ସିକୋ ଓ ଆମେରିକା ସରକାର ସଂକ୍ରମଣ ଭୟରେ ସୀମା ସିଲ୍‌ କରିଦେଇଥିବାରୁ ସେମାନଙ୍କୁ ରୋଜଗାର ହରାଇବାକୁ ପଡ଼ିଛି। ସାମାଜିକ ଦୂରତ୍ୱ ରକ୍ଷା କରିବା ଅଧିକାଂଶ ଗରିବଙ୍କ ପାଇଁ ଅଭିଶାପ ପାଲଟିଥିବା ଜର୍ଜ ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ମିଲକେନ୍‌ ଇନ୍‌ଷ୍ଟିଚ୍ୟୁଟ ସ୍କୁଲ ଅଫ୍‌ ପବ୍ଲିକ ହେଲ୍‌ଥର ପ୍ରଫେସର ସାରା ରୋସେନବମ୍‌ କହିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ବାଜରରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବା କଷ୍ଟକର ହୋଇପଡିଛି। ଡଜନେ ଅଣ୍ଡା ଓ କିଛି କ୍ଷୀର କିଣିବା ପାଇଁ ବିଭିନ୍ନ ସ୍ଥାନ ବୁଲିବାକୁ ପଡୁଛି ବୋଲି ଲରେଡୋର ଜଣେ ଶିକ୍ଷକ କହିଛନ୍ତି। ସେହିପରି ଲରେଡୋ ରିଜିଓନାଲ ଫୁଡ୍‌ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କାର୍‌ମେନ ଗାର୍‌ସିଆ କହିଛନ୍ତି, ସେ ମାର୍ଚ୍ଚ ମାସ ପାଇଁ କିଣିଥିବା ସବୁ ସାମଗ୍ରୀ ମାତ୍ର ୧୦ ଦିନରେ ଶେଷ ହୋଇଯାଇଛି। ଶସ୍ତା ଚିକିତ୍ସା ସେବା ପାଇଁ ଅଧିକାଂଶ ମେକ୍ସିକୋ ଉପରେ ନିର୍ଭର କରୁଥିବାବେଳେ କରୋନା ପାଇଁ ସେଠାକୁ ଯାତାୟାତ ବନ୍ଦ କରିଦିଆଯାଇଛି। କାମଧନ୍ଦା ବନ୍ଦ ହୋଇଯାଇଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଚିକିତ୍ସା ସେବା ଲାଗି ସହାୟତା କେଉଁଠୁ ପାଇବେ ଏନେଇ ଲୋକେ ଚିନ୍ତାରେ ପଡଯାଇଥିବା ଗାର୍‌ସିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri