ଆମେରିକାଜ୍‌ ଗଟ୍‌ ଟ୍ୟାଲେଣ୍ଟରେ ଭାରତୀୟ ଗ୍ରୁପ୍‌ର ଚମତ୍କାର ପ୍ରଦର୍ଶନ, ଭାବୁକ କଲା ‘ଭି ଅନ୍‌ବିଟେବୁଲ’: ଦେଖନ୍ତୁ ଭିଡିଓ

ମୁମ୍ବାଇ: ଆମେରିକୀୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଆମେରିକାଜ୍‌ ଗଟ୍‌ ଟ୍ୟାଲେଣ୍ଟ’ରେ ଚମତ୍କାର ପ୍ରଦର୍ଶନ କରିଛି ଭାରତୀୟ ଡ୍ୟାନ୍ସ ଗ୍ରୁପ୍‌ ‘ଭି. ଅନ୍‌ବିଟେବୁଲ’। ଏହି ଗ୍ରୁପ୍‌ର କଳାକାରଙ୍କ ଏକ୍ରୋବେଟିକ୍ସ ନୃତ୍ୟକୁ ଦେଖି ଶୋ’ର ବିଚାରପତିମାନେ ଚକିତ ହୋଇପଡ଼ିଥିଲେ। ଜଜ୍‌ ସାଇମନ କୋବେଲ, ହାସଇ ମଣ୍ଡେଲ, ଜୁଲିଆନା ହଗ୍‌ ଏବଂ ଗ୍ରାବ୍ରିଏଲ ୟୁନିୟନ ବେଣ୍ଡ ପ୍ରମୁଖ ଗୋଲ୍ଡେନ୍‌ ବଜର ଦବାଇଥିଲେ। ଫଳରେ ଗ୍ରୁପ୍‌ ସିଧାସଳଖ ଲାଇଭ୍‌ ଶୋ’ରେ ପହଞ୍ଚିଯାଇଛି। ନାଚିବା ସମୟରେ ଗ୍ରୁପ୍‌ର ସମସ୍ତ କଳାକାର ହରାଇଥିବା ଜଣେ ସାଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଯାହା ସେଠାରେ ଥିବା ସମସ୍ତ ଅତିଥି ଏବଂ ବିଚାରପତିଙ୍କୁ ପ୍ରଭାବିତ କରିଥିଲା। ମୃତ ବନ୍ଧୁ ସେମାନଙ୍କୁ ଏହି ଶୋ’ରେ କାମ କରିବେ ବୋଲି ଚାହୁଁଥିଲେ। ଶେଷରେ ତାଙ୍କର ଏହି ସ୍ବପ୍ନ ସାକାର ହୋଇଛି ବୋଲି କଳାକାରମାନେ କହିଥିଲେ। ତେବେ ନୃତ୍ୟ ପ୍ରଦର୍ଶନ କରିବା ସମୟରେ ସମସ୍ତଙ୍କୁ ହରାଇଥିବା ବନ୍ଧୁ ‘ବିକାଶ’ଙ୍କ ନାମର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା।
ଦେଖନ୍ତୁ ଭିଡିଓ:

https://www.youtube.com/watch?v=ztMafqyXHXU


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri