ଆମେରିକାକୁ ୩ ବର୍ଷ ପୂର୍ବରୁ ମିଳିଥିଲା କରୋନା ସମ୍ପର୍କିତ ଚେତାବନୀ !

ଓ୍ବାଶିଂଟନ,୩।୪: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ଏବେ ଆମେରିକା ଓ ଇଟାଲୀରେ ତାଣ୍ଡବ ରଚୁଛି। ଗୋଟିଏ ଦିନରେ ଏଠାରେ କରୋନା ଯୋଗୁ ଶହ ଶହ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଏବେ ଏହା ବିଶ୍ୱର ଶକ୍ତିଶାଳୀ ଦେଇ ଆମେରିକା ପାଇଁ ଏକ ଚ୍ୟାଲେଞ୍ଚ ହୋଇ ଠିଆ ହୋଇଛି। ତେବେ ୩ ବର୍ଷ ପୂର୍ବରୁ ଆମେରିକାକୁ କରୋନା ସମ୍ପର୍କିତ ଚେତାବନୀ ମିଳିଥିଲା ବୋଲି କୁହାଯାଉଛି। ଡେଲି ମେଲର ଏକ ରିପୋର୍ଟ ଅନୁଯାୟୀ, ହ୍ବାଇଟ ହାଉସ ବା ଟ୍ରମ୍ପ ପ୍ରଶାସନକୁ ୩ ବର୍ଷ ପୂର୍ବରୁ କରୋନା ସମ୍ପର୍କିତ ଚେତାବନୀ ମିଳିସାରିଥିଲା। ଅର୍ଥାତ୍‌ ୨୦୧୭ରେ ଦ ନେଶନ ମାଧ୍ୟମରେ ପ୍ରଥମେ କରୋନାକୁ ନେଇ ଆମେରିକା ପ୍ରଶାସନକୁ ଚେତାବନୀ ମିଳିଥିବା ବେଳେ ସେ କିନ୍ତୁ ପ୍ରସ୍ତୁତ ନ ଥିବା କୁହାଯାଇଛି। ୨୦୧୨ରେ ଆସିଥିବା ମର୍ସର ଅଧ୍ୟୟନ ପରେ ଏହି ଚେତାବନୀ ଜାରି କରାଯାଇଥିଲା। ପ୍ରାୟ ୧୦୩ ଫୃଷ୍ଠାର ଡକ୍ୟୁମେଣ୍ଟରେ କରୋନା ସମ୍ପର୍କରେ ଉଲ୍ଲେଖ କରାଯିବା ସହ ଏହା ମାହାମାରୀ ଭଳି ବିଶ୍ୱର ଅନେକ ଦେଶକୁ ସଂକ୍ରମଣ କରିବ ବୋଲି କୁହାଯାଇଥିଲା।

Share