ଆମାଜନରୁ କିଣିହେବ ଫାଷ୍ଟାଗ୍‌

ନୂଆଦିଲ୍ଲୀ,୩୧-୫: ଫାଷ୍ଟାଗ୍‌ ଏବେ ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ଉପଲବ୍ଧ ହେବ। ଟୋଲ ପ୍ଲାଜାଗୁଡ଼ିକରେ ଟୋଲ୍‌ ଟିକସ ଦେବା ସମୟରେ ଲମ୍ବା ଲାଇନର ସମ୍ମୁଖୀନ ହେଉଥିବା ଗାଡ଼ିଗୁଡ଼ିକ ପାଇଁ ଫାଷ୍ଟାଗ୍‌ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରାଷ୍ଟ୍ରୀୟ ହାଇଓ୍ବେଜ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ)ର ନିଷ୍ପତ୍ତି ଅନୁଯାୟୀ ଇଲେକ୍ଟ୍ରୋନିକ ମାଧ୍ୟମରେ ଟୋଲ ଟିକସ ଦେବା ଲାଗି ଫାଷ୍ଟାଗ୍‌ ବ୍ୟବସ୍ଥା ଆପଣାଯାଉଛି। ଫାଷ୍ଟାଗ୍‌ ସହାୟତାରେ ଗାଡ଼ି ଚାଳକ ଟୋଲ୍‌ ପ୍ଲାଜାରେ ବିନା ବାଧାରେ ନିଜର ଟିକସ ଦେଇପାରିବେ। ଏବେ ଏନ୍‌ଏଚ୍‌ଏଆଇ ଫାଷ୍ଟାଗ୍‌ କାର୍‌, ଜିପ୍‌ ଓ ଭ୍ୟାନ ଲାଗି ମଧ୍ୟ ଉପଲବ୍ଧ ହେବ। ସୂଚନାଯୋଗ୍ୟ ଯେ, ଫାଷ୍ଟାଗ୍‌କୁ ଗାଡ଼ିର ସାମ୍ନା କାଚରେ ଲଗାଯାଇଥାଏ। ଏଥିରେ ରେଡିଓ ଫ୍ରିକ୍ୱୋନ୍ସି ଅର୍ଥାତ୍‌ ଆର୍‌ଏଫ୍‌ଆଇଡି ଲଗାଯାଇଛି, ଯାହା ମାଧ୍ୟମରେ ଟୋଲ୍‌ ପ୍ଲାଜାରେ ଲାଗିଥିବା ସେନ୍‌ସର ଫାଷ୍ଟାଗ୍‌ ଆକାଉଣ୍ଟରୁ ଟୋଲ୍‌ ଟିକସ କାଟିନେଇଥାଏ। ଫାଷ୍ଟାଗ୍‌ ଆକାଉଣ୍ଟରୁ ଟୋଲ୍‌ ଟିକସ କଟିବା ମାତ୍ରେ ପଞ୍ଜୀକୃତ ମୋବାଇଲ ନମ୍ବରରେ ଏକ ଏସ୍‌ଏମ୍‌ଏସ୍‌ ଆସେ। ଏହାଦ୍ୱାରା କେତେ ଟଙ୍କା କଟିଲା ସହଜରେ ଜାଣି ହେବ। ଏଭଳି ଭାବେ କୌଣସି ଗାଡ଼ି ନ ରୋକି ଟୋଲ୍‌ ଟିକସ ଦେଇ ସହଜରେ ଯାଇପାରିବ। ଗୋଟିଏ ଫାଷ୍ଟାଗ୍‌ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri