‘ଆଭେଞ୍ଜର୍ସ ଏଣ୍ଡ୍‌ ଗେମ୍‌’ କ୍ରେଜ୍‌

ଭୁବନେଶ୍ୱର,୨୭।୪(ବ୍ୟୁରୋ)-ଫାଷ୍ଟ୍‌ ଡେ’ ଫାଷ୍ଟ୍‌ ଶୋ। ଶୁକ୍ରବାର ରିଲିଜ ହୋଇଥିବା ମାର୍ଭେଲ କମିକ୍ସ ସିରିଜର ସର୍ବାଧିକ ଚର୍ଚ୍ଚିତ ଫିଲ୍ମ ‘ଆଭେଞ୍ଜର୍ସ ଏଣ୍ଡ୍‌ ଗେମ୍‌’ର ପ୍ରଥମ ଦିନର ପ୍ରଥମ ଶୋ ଦେଖିବାକୁ ରାଜଧାନୀବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରବଳ କ୍ରେଜ୍‌। ପରିସ୍ଥିତି ଏଭଳି ଥିଲା ଯେ, ଲୋକେ ଭୋର୍‌ ୫ଟାରୁ ମଲ୍ଟିପ୍ଲେକ୍ସ ଆଗରେ ଲାଇନ୍‌ ଲଗାଇଥିଲେ। ସେହିଭଳି ପ୍ରଥମଥର ପାଇଁ ଭୁବନେଶ୍ୱରର ସିନେମା ହଲ୍‌ଗୁଡ଼ିକରେ ସକାଳ ୬ଟାରୁ ଶୋ ଆରମ୍ଭ ହୋଇଥିଲା।

ମାର୍ଭେଲ କମିକ୍ସ ଉପରେ ଆଧାରିତ ଏହି ଆମେରିକାନ୍‌ ସୁପରହିରୋ ଫିଲ୍ମ ‘ଇନ୍‌ଫିନିଟି ଓ୍ବାର୍‌’ ପରେ ରିଲିଜ ହୋଇଥିବା ଏହି ସିରିଜର ସର୍ବାଧିକ ଲୋକପ୍ରିୟ ଫିଲ୍ମ। ‘ଆଭେଞ୍ଜର୍ସ ଏଣ୍ଡ୍‌ ଗେମ୍‌’ ଏହି ସିରିଜର ଶେଷ ଫିଲ୍ମ ହୋଇଥିବା ବେଳେ ଫିଲ୍ମ ରିଲିଜ ହେବା ପୂର୍ବରୁ କେବଳ ଭାରତରେ ୧୦ଲକ୍ଷରୁ ଅଧିକ ଟିକେଟ୍‌ ବିକ୍ରି ହୋଇସାରିଥିଲା। ଏପଟେ ଫିଲ୍ମକୁ ନେଇ ଭୁବନେଶ୍ୱର ଦର୍ଶକଙ୍କ ମଧ୍ୟରେ ସମାନ ଉତ୍କଣ୍ଠା ରହିଥିଲା। କେହି ଫାଷ୍ଟ୍‌ ଡେ ଫାଷ୍ଟ୍‌ ଶୋ ଦେଖିବାର ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁ ନ ଥିଲେ। ଏସ୍‌ପ୍ଲାନେଡ୍‌, ଭବାନୀ ମଲ୍‌, ଡିଏନ୍‌ ରେଗାଲିଆ ଓ ସିମ୍ଫୋନୀ ମଲ୍‌ରେ ଥିବା ମଲ୍ଟିପ୍ଲେକ୍ସଗୁଡ଼ିକରେ ସକାଳ ୬ଟାରୁ ‘ଆଭେଞ୍ଜର୍ସ ଏଣ୍ଡ୍‌ ଗେମ୍‌’ ଶୋ ଆରମ୍ଭ ହୋଇଥିଲା। ପୂର୍ବରୁ ଭୁବନେଶ୍ୱରରେ ବହୁ ବ୍ଲକ୍‌ବଷ୍ଟର୍‌ ଓ ସୁପରହିଟ୍‌ ଫିଲ୍ମ ଚାଲିଥିଲେ ବି ପ୍ରଥମଥର ପାଇଁ ସକାଳ ୬ଟାରେ ଏକ ଶୋ ଆରମ୍ଭ ହୋଇଥିଲା। ଅନ୍ୟପକ୍ଷରେ ‘ଆଭେଞ୍ଜର୍ସ ଏଣ୍ଡ୍‌ ଗେମ୍‌’ ରିଲିଜ ଡେଟ୍‌ ଘୋଷଣା ହେବା ପରେ ଛୋଟବଡ଼ ସବୁ ସିନେମା ହଲ୍‌ର ଟିକେଟ୍‌ ଆଖି ପିଛୁଳାକେ ବିକ୍ରି ହୋଇଯାଇଥିଲା। ଶନିବାର ଓ ରବିବାର ପାଇଁ ସମସ୍ତ ମଲ୍ଟିପ୍ଲେକ୍ସ ସହ ସିଙ୍ଗିଲ୍‌ ସ୍କ୍ରିନ୍‌ ସିନେମା ହଲ୍‌ରେ ଉଭୟ ଅନ୍‌ଲାଇନ୍‌ ଓ କାଉଣ୍ଟର ଟିକେଟ୍‌ ବିକ୍ରି ହୋଇସାରିଥିବା ବେଳେ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ସମସ୍ତ ଶୋ ହାଉସ୍‌ଫୁଲ୍‌ ରହିବ ବୋଲି ଆଶା କରାଯାଉଛି।

୧୨ ବର୍ଷରେ ୨୧ ଫିଲ୍ମ

୨୦୦୮ରୁ ‘ଆଇରନ୍‌ ମ୍ୟାନ୍‌’ରୁ ଆରମ୍ଭ ହୋଇଥିବା ମାର୍ଭେଲ କମିକ୍ସ ଫିଲ୍ମ ଇତିମଧ୍ୟରେ ୨୧ରୁ ଅଧିକ ସୁପରହିରୋ ଫିଲ୍ମ ଭେଟିଦେଇଛି। ଏହା ମଧ୍ୟରେ ‘ଆଇରନ୍‌ ମ୍ୟାନ୍‌’, ‘ଥର୍‌’, ‘କ୍ୟାପ୍‌ଟେନ୍‌ ଆମେରିକା’, ‘ଦି ଆଭେଞ୍ଜର୍ସ’, ‘ଗାର୍ଡିଆନ୍‌ସ ଅଫ୍‌ ଗ୍ୟାଲାକ୍ସି’, ‘ଆଣ୍ଟ୍‌ ମ୍ୟାନ୍‌’, ‘ଡକ୍ଟର୍‌ ଷ୍ଟ୍ରେଞ୍ଜ୍‌’, ‘ବ୍ଲାକ୍‌ ପାନ୍ଥର୍‌’, ‘କ୍ୟାପ୍‌ଟେନ୍‌ ମାର୍ଭେଲ’ ଭଳି ବ୍ଲକ୍‌ବଷ୍ଟର୍‌ ଫିଲ୍ମମାନ ରହିଛି। ‘ଆଭେଞ୍ଜର୍ସ ଏଣ୍ଡ୍‌ ଗେମ୍‌’ ଏହି ସିରିଜର ଶେଷ ଫିଲ୍ମ ହୋଇଥିବାରୁ ଏହାସହ ଦର୍ଶକଙ୍କର ଭାବାବେଗ ଜଡ଼ିତ ରହିଛି। ଦୀର୍ଘ ୧୧ବର୍ଷ ଧରି ଦର୍ଶକଙ୍କ ମନରେ ରହିଆସିଥିବା ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିଥିବା ବେଳେ ଆଇରନ୍‌ ମ୍ୟାନ୍‌, ଥର୍‌, କ୍ୟାପ୍‌ଟେନ୍‌ ଆମେରିକା ଭଳି ବହୁ ଚରିତ୍ରଙ୍କର ଯାତ୍ରା ଏଠାରେ ଶେଷ ହେବାକୁ ଯାଉଛି। ଏପଟେ ‘ଇନ୍‌ଫିନିଟି ଓ୍ବାର୍‌’ରେ ଥାନୋସ୍‌ଠାରୁ ପରାଜିତ ହୋଇଥିବା ସୁପରହିରୋମାନେ ଏହି ଶେଷ ଫିଲ୍ମରେ ନିଜର ପ୍ରତିଶୋଧ ନେଇପାରୁଛନ୍ତି ନା ନାହିଁ, ତାହା ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ରହିଛି। ‘ଆଭେଞ୍ଜର୍ସ ଏଣ୍ଡ୍‌ ଗେମ୍‌’ ପରେ ‘ସ୍ପାଇଡର୍‌ ମ୍ୟାନ୍‌: ଫାର୍‌ ଫ୍ରମ୍‌ ହୋମ୍‌’ ରିଲିଜ ହେଉଥିବା ବେଳେ ଏମ୍‌ସିୟୁର ୪ର୍ଥ ଫେଜ୍‌ରେ ବ୍ଲାକ୍‌ ପାନ୍ଥର୍‌, ଡକ୍ଟର ଷ୍ଟ୍ରେଞ୍ଜ୍‌ ଭଳି ସୁପରହିରୋମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ।

ଭୋଟ୍‌ ପାଇଁ ଉତ୍ସାହ ନାହିଁ, ଫିଲ୍ମ ପାଇଁ ଲମ୍ବାଧାଡ଼ି

ଭୋଟ୍‌ ଦେବା ପାଇଁ ଲାଇନ୍‌ରେ ଛିଡ଼ାହେବାକୁ କୁଣ୍ଠାବୋଧ କରିଥିବା ରାଜଧାନୀବାସୀଙ୍କୁ ଶୁକ୍ରବାର ଭୋର୍‌ ୫ଟାରୁ ସିନେମା ହଲ୍‌ ଆଗରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା, ଯାହାକି ସୋସିଆଲ ମିଡିଆରେ ଟ୍ରୋଲ୍‌ର ବିଷୟବସ୍ତୁ ପାଲଟିଥିଲା। ଏସ୍‌ପ୍ଲାନେଡ୍‌ ମଲ୍‌ରେ ଥିବା ସିନେପଲିସ୍‌ରେ ସକାଳୁ ପ୍ରବଳ ଗହଳି ଯୋଗୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସକାଳ ୬ଟାରେ ଶୋ ଥିବାବେଳେ ୫ଟା ୪୫ ପର୍ଯ୍ୟନ୍ତ ମଲ୍‌ର ଗେଟ୍‌ ଖୋଲି ନ ଥିଲା। ତେଣୁ ଭିତରକୁ ପ୍ରବେଶ କରି ନ ପାରି ଦର୍ଶକମାନେ କଟକ-ପୁରୀ ଜାତୀୟ ରାଜପଥ ଉପରେ ଭିଡ଼ ଜମାଇଥିଲେ। ସେହିଭଳି ୬ଟାରେ ପ୍ରଥମ ଶୋ ଥିବାବେଳେ ଅଧିକାଂଶ ୮ଟା ୩୦କୁ ସାଧାରଣ ଭାବେ ପ୍ରଥମ ଶୋ ବୋଲି ଭାବି ଟିକେଟ୍‌ ବୁକ୍‌ କରିଥିଲେ। ୬ଟାରୁ ୭ଟା ମଧ୍ୟରେ ଅଧିକାଂଶ ମଲ୍ଟିପ୍ଲେକ୍ସରେ ୩ରୁ ଅଧିକ ଶୋ ରହିଥିଲା। ଏହାକୁ ନେଇ ସୋସିଆଲ ମିଡିଆ ପୋଷ୍ଟ୍‌ ମାଧ୍ୟମରେ ରାଜଧାନୀବାସୀଙ୍କୁ ଲୋକେ ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୪।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri