ଆବାସ ଯୋଜନାରୁ ବଞ୍ଚିତ: ଭଙ୍ଗା କୁଡ଼ିଆ ତଳେ ବିତୁଛି ଜୀବନ

ଗଣିଆ,୧୫।୯(ଡି.ଏନ.ଏ.)-ସମସ୍ତଙ୍କ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ମୌଳିକ ଆବଶ୍ୟକତା ଅଟେ । ଏହାକୁ ବାଦ୍‌ ଦେଇ ମଣିଷ ଚଳିବା କଷ୍ଟସାଧ୍ୟ। ଏହି ପ୍ରରିପ୍ରେକ୍ଷୀରେ ଆର୍ଥିକ ଅନଗ୍ରସର ଲୋକମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଆବାସ ଆଦି ବହୁ ଜନହିତକର ଯୋଜନା ପ୍ରଣୟନ କରିଛନ୍ତି । ଏଥିପାଇଁ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇ ଖର୍ଚ୍ଚ କରାଯାଉଛି। ହେଲେ କେଉଁଠି ନା କେଉଁଠ ତ୍ରୁଟି ଯୋଗୁ ଏହି ଯୋଜନାଗୁଡିକ ବାସ୍ତବରେ ବାଟବଣା ହୋଇ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁ ନ ଥିବା ଦେଖିବାକୁ ମିଳୁଛି।

ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ଗ୍ରାମର ବିଦେଶୀ ବେହେରାଙ୍କ ପରିବାର ଏଭଳି ଉପେକ୍ଷିତ ହୋଇଥିବା ଦେଖିବାକୁ ମିଳିଛି । ଅଭାବ ଅନଟନ ଦେଇ ଗତି କରୁଥିବା ବିଦେଶୀଙ୍କ ପରିବାର ପାଇଁ ସରକାରଙ୍କ ଆବାସ ଯୋଜନା ସତେ ଯେପରି ଉପହାସ କରୁଛି । ବର୍ଷା, ଖରା ଓ ଝଡତୋଫାନରୁ ରକ୍ଷା ପାଇବା ନିମନ୍ତେ ପକ୍କାଘର ଖଣ୍ଡିଏ ପାଇଁ ଗ୍ରାମର ୱାର୍ଡମେମ୍ବରଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ କରିଆସୁଥିଲେ ହେଁ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଇନ୍ଦିରା ଆବାସ ଗୃହ ଖଣ୍ଡିଏ ମିଳିପାରିନାହିଁ । ଫଳରେ ଝାଟିମାଟି ଚାଳଛପର ତଳେ ୩ପ୍ରାଣୀ କୁଟୁମ୍ବଙ୍କୁ ନେଇ ବିଦେଶୀ ଜୀବନ ଅତିିବାହିତ କରୁଛନ୍ତି। ସ୍ବଳ୍ପ ରୋଜଗାର ଓ ଆର୍ଥିକ ଅନଟନ ଯୋଗୁ ପକ୍କାଘର ନିର୍ମାଣ କରିବା ଦୂରର କଥା ଚାଳଛପର କରିବା ପାଇଁ ତାଙ୍କ ପାଖରେ ସମ୍ବଳ ନାହିଁ । ଫଳରେ ବର୍ଷାରୁ ରକ୍ଷା ପାଇବା ପାଇଁ ଧାରକରଜ କରି ଜରିପାଲ ଓ ବ୍ୟାନର ସଂଗ୍ରହ କରି ଚାଳରେ ଛପର କରିଥିବା ଦେଖିବାକୁ ମିଳିଛି। ଚାଷଜମି ନ ଥିବା ବେଳେ କେବଳ ଘରଡିହ ଖଣ୍ଡିଏ ରହିଛି ା ଘରଟି ଛାମୁଣ୍ଡିଆ ଗହିର ବିଲ ନିକଟରେ ଥିବାରୁ ବର୍ଷା ହେଲେ ଘର ଭିତରକୁ ସାପ,ବେଙ୍ଗ ଭଳି ସରିସୃପମାନେ ପଶି ଆସିବାର ଭୟ ମଧ୍ୟ ରହିଛି ବୋଲି ବିଦେଶୀ କୁହନ୍ତି। ବିଦେଶୀ ଓ ତାଙ୍କ ସ୍ତ୍ରୀ ମୂଲ ମଜୁରି କରି ଗୁଜୁରାଣ ମେଣ୍ଟାଉଛନ୍ତି। ହେଲେ ସବୁଦିନ କାମ ମିଳୁ ନ ଥିବାରୁ ଯେତେବେଳେ ଯାହା ରୋଜଗାର ହୁଏ ମାସସାରା ଚଳିବା କଷ୍ଟ ହୋଇପଡୁଛି ବୋଲି ସେ କୁହନ୍ତି। ତେବେ ଥିଲାବାଲାକୁ ସବୁ, ନ ଥିଲାବାଲାକୁ ନାହିଁ ପରି ଛାମୁଣ୍ଡିଆ ପଞ୍ଚାୟତରେ ଗୋଟିଏ ପରିବାରକୁ ଦୁଇ ଦୁଇଟି ଇନ୍ଦିରା ଆବାସ ମିଳିଥିବା ବେଳେ ବିଦେଶୀଙ୍କ ପରି ଅନେକ ଗରିବ ସରକାରଙ୍କ ଏହି ଆବାସ ଯୋଜନାରୁ ବଞ୍ଚତ୍ତ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ଗଣିଆ ବିଡିଓ ମାନସ ରଞ୍ଜନ ସାମଲଙ୍କୁ ପଚାରିବାରୁ ସରକାରଙ୍କ ସାମାଜିକ ଅର୍ଥନୈତିକ ଜନଗଣନା (ଏସଇସିସି) ତାଲିକାରେ ବିଦେଶୀଙ୍କ ନାମ ଥିଲେ ତାଙ୍କୁ ଇନ୍ଦିରା ଆବାସ ମିଳିପାରିବ ନଚେତ୍‌ ତାଙ୍କୁ ବିଜୁ ପକ୍କାଗୃହ ଯୋଜନାରେ ସାମିଲ କରାଯାଇ ଗୃହ ଯୋଗାଇ ଦିଆଯାଇପାରିବ ବୋଲି କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri