ଆବାସ ଯୋଜନାରୁ ବଁଚିତ ଦିବ୍ୟାଙ୍ଗ ଭାଇବହେନ

ଲୋଇସିଂହା,୨୧।୫(ଡି.ଏନ.ଏ.): ଦିବ୍ୟାଙ୍ଗମାନକର ଲାଗି ସରକାର ଅନେକ ପରକାର ଖାସ୍‌ ଯୋଜନା ତିଆର କରିଛନ୍‌। ହେଲେ ଅନେକ ଜାଗାରେ ପରଶାସନିକ ଅଧ୍‌କାରୀ ଆର ଜନ ପରତିନିଧିମାନକର ଉଦାସୀନତା ଲାଗି ଅନେକ ଦିବ୍ୟାଙ୍ଗ ନିଜର ହକ୍‌ ପାଏବାରୁ ବଁଚିତ ହେଉଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ ରାଣୀସର୍ଡା ପଁଚେତ କୁମୁଣ୍ଡା ହରିଜନ ପଡ଼ାରେ।
ସୂଚନା ଅନ୍‌ସାରେ ହରିଜନ ପଡ଼ାର ଗର୍ଜୁ କୁଅଁର। ତାକର ପରିବାର କହେଲେ ମାଏକିନା ଜୟନ୍ତୀ, ୩ ପୁଓ ଆର ଗୁଟେବଲି ଝ’କେ ନେଇ ସଁସାର। ହେଲେ ବଡ଼ ପୁଓ ଆର ସାନ ପୁଓ ଠିକ୍‌ଠାକ୍‌ ଥିଲାବେଲେ ଦୁତୀଅ ପୁଓ ଭୀମକନ୍ଧ ଆର ଝି’କୁନୀ ଜନମୁ ଅଁଧ୍‌ ଆଏ। ଗର୍ଜୁକଁର ଜମିବାଡ଼ି ବଲି କିଛି ନାଇଁ, ସେ ମୂଲୁ ସୁଖ୍‌ବାସୀ ଆଏ। ସେ ଗଁାଗଁା ବୁଲି ଜରି ବ୍ୟାଗ ଆର କପଡ଼ା ସିଲେଇ କରି ନିଜର କୁଟୁମ ପୁଷୁଚନ୍‌। ଅଲପ୍‌ ରୁଜଗାରରେ ୬ ପରାନୀ କୁଟୁମ ପୁଷଲାବେଲେ ତାହାକୁ ବହୁତ୍‌ ଭିଡ଼ାନ ହେଉଛେ। ସେଥିରଲାଗି ସେ ଦିବ୍ୟାଙ୍ଗ ପୁଓ ଝି’କେ ତରଭା ପାସର ଶିବତଲା ଅନ୍ଧ ମୁକ ବଧିର ସ୍କୁଲରେ ଛାଡ଼ିଦେଇଛନ୍‌। ସେଠାନେ ସେମାନେ ରହି ପାଠ୍‌ ପଢ଼ୁଛନ୍‌। ଗର୍ଜୁକଁର ଦୁଇ ଦିବ୍ୟାଙ୍ଗ ପୁଓ ଝି’ ଜିଲାପାଲକଁର ନିରଦେଶରେ ଆଗରୁ ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ୧୦ କେ.ଜି. ଲେଖେଁ ଚାଉଲ ପାଉଥିଲେ। ଇତାର ବାହାରେ ରାଶନ କାର୍ଡରେ ପରିବାରର ଝନ୍‌ପିଛା ୫ କେ.ଜି. ଲେଖେଁ ଚାଉଲ ପାଉଛନ୍‌। ଭୀମ ଆର କୁନୀକେ ସରକାରୀ ସାହାଯ୍‌ କହେଲେ ଖାଲି ଭତା ମିଲୁଛେ। ଦିବ୍ୟାଙ୍ଗମାନକୁ ଆବାସ ଯୋଜନାରେ ସାମିଲ କରି ପକ୍କାଘର ଯୁଗେଇ ଦେବାର ବେବସ୍‌ତା ରହିଥିଲେ ବି ଦୁଇ ଭାଇବହେନ୍‌ ଯୋଜନାର ସୁଫଲ ପାଏବାରୁ ବଁଚିତ ହେଇଛନ୍‌। କୁଟୁମଟା ଗୁଟେ ଭଂଗା ଦଦ୍‌ରା ଘରେ ଅସାହା ଅବସ୍‌ତାରେ ଜୀବନ୍‌ ବିତଉଥିବାର ଗର୍ଜୁ ଅଭିଯୋଗ କରିଛନ୍‌। ଇ ଦିଗେ ସୁବର୍ଣ୍ଣପୁର ଜିଲାପାଲ ଖାସ୍‌ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କରଙ୍କୁ ଏନକାଉଣ୍ଟର: ତିନି ସହଯୋଗୀଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର, ୧୮।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବୁଧବାର ସକାଳୁ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି…

କାର ଧକ୍କାରେ ଜଣେ ମୃତ, ୭ ଗୁରୁତର : କ୍ଷତିପୂରଣ ଦାବିରେ

କୁଚିଣ୍ଡା,୧୪।୩(ବିରଞ୍ଚି ଦର୍କା):ସମ୍ବଲପୁର ଜିଲା ମହୁଲପାଲି ଥାନା ଅନ୍ତର୍ଗତ ଟାଇଁସର କଦୋପଡାଠାରେଶୁକ୍ରବାର ରାତିରେ ଯାତ୍ରା ଦେଖି ଘରକୁ ଫେରୁଥିବା ୮ଜଣଙ୍କୁ ଏକ ଦ୍ରୁତଗାମୀ କାର ଧକ୍କା ଦେଇଥିଲା। ସ୍ଥାନୀୟ…

ବନ୍ଧା ହେଲେ ଜନସେବା କେନ୍ଦ୍ର ମାଲିକ, ଲୋକ ଅଦାଲତ ନାଁରେ କରୁଥିଲେ…

ସମ୍ବଲପୁର,୧୪ା୩(ପ୍ରମୋଦ ବହିଦାର): ଜାତୀୟ ଲୋକ ଅଦାଲତରେ ବିଭିନ୍ନ ସମସ୍ୟାର ସମାଧାନ କରିଦେବାକୁ କହି ଶତାଧିକ ଲୋକଙ୍କୁ ଠକିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନା ପୋଲିସ ଜଣେ ଜନସେବା…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ବାଇକ୍-କଣ୍ଟେନର ମୁହାଁମୁହିଁ ଧକ୍କା: ୩ ମୃତ, ନିଆଁରେ ପୋଡିଗଲା….

ଜମନକିରା,୯ା୩(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ବଡରମା ପଞ୍ଚାୟତ ଡିମିରିମୁଣ୍ଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏନଏଚ୍ ୫୩ରେ ଦୁର୍ଘଟଣାରେ ୩ ଜଣଙ୍କ…

ନିଜର ସେବା ଜରିଆରେ ନିଆରା ଉଦାହରଣ ସୃଷ୍ଟି କରିଥିଲେ ଡା. ନାରାୟଣୀ ପଣ୍ଡା: ମହିଳା ଦିବସରେ ବୁଜିଲେ ଆଖି

ସମ୍ବଲପୁର,୮।୩(ପ୍ରମୋଦ ବହିଦାର): ସମ୍ବଲପୁରର ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଜଣାଶୁଣା ସମାଜସେବୀ ଡା. ନାରାୟଣୀ ପଣ୍ଡାଙ୍କର ରବିବାର ପୂର୍ବାହ୍ନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri