ଆବାସ ଯୋଜନାରୁ ବଁଚିତ୍‌ ଲାଲଦୀପ: ପରହର ବାରନ୍‌ଡାରେ ବିତୁଛେ ଜୀବନ୍‌

ଖପ୍ରାଖୋଲ, ୨୪।୮(ଡି.ଏନ୍‌.ଏ.):
କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ଅନେକ ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ ଭିନେ ଭିନେ କାରନ୍‌ରୁ ହକ୍‌ଦାର ହିତାଧିକାରୀ ଯୋଜନାର ସୁଫଲ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତାଥି ଅନେକ ଗରିବ୍‌ ଦୁଖି ପରିବାର କିଏ ଭଂଗା ଘରେ ରହୁଛେ ତ ଆର କିଏ ପରହର ବାରନ୍‌ଡାରେ ଆଶ୍‌ରେ ନେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ଖପ୍ରାଖୋଲ ବ୍ଲକ ମହରାପଦର ପଁଚେତ୍‌ ବାଗଝରନ୍‌ ଗଁାରେ।
ସୂଚନା ଅନ୍‌ସାରେ ବାଗଝରନ୍‌ ଗଁାର ଲାଲଦୀପ ବରିହା(୪୫)। ଆଗ୍‌ରୁ ସେ କୁଟୁମବସିଆ ଦାଦନ ଯାଉଥିଲେ, ଗଁାରେ ଲୁକ୍‌କର କାମ୍‌ବୁତା କରି କୁଟୁମ ପୁଷୁଥିଲେ। ମୁଡ଼ ଗୁଁଜ୍‌ବାର ଲାଗି ମାଏଟ୍‌ ଘର ଦୁଇ ବଖରା ବି ଥିଲା। ହେଲେ ୫ ବଛର ତଲେ ତାକର ମାଏକିନା ଆରପାରକେ ଚାଲିଯାଇଥିଲେ। ତା’ପରେ ସତେ ଯେନ୍‌ତା ଲାଲଦୀପକଁର ଖରାପ ସମିଆ ଆରମ୍‌ ହେଇଯାଇଥିଲା। ମାଏକିନା ମଲା ଉତାରୁ ଲାଲଦୀପ ଦୁଇ ଛୋଟ ଛୋଟ ପିଲାକୁ ଧରି ଗଁା ଗଁା ବୁଲି ଭିଖ୍‌ ମାଗବାର ସଂଗେ ଅନେକ ସମିଆରେ ହରିଶଙ୍କର ମନ୍ଦିର ଆଘେ ବସି ଭିଖ୍‌ ମାଗିବସଲେ। ଇ ଘଟନା ବାବ୍‌ଦେ ଗଲା ବଛର ଗଣମାଧ୍ୟମରେ ଖବର ବାହାରଲା ଉତାରୁ ଚାଇଲ୍ଡ ଲାଇନ ତରଫୁ ଦୁଇ ଛୁଆକୁ ଉଧାର କରବାର ସଂଗେ ସଟ୍‌-ଷ୍ଟେ ହୋମରେ ବଛ୍‌ରେ ହେଲା ରଖିଛନ୍‌। ପରଶାସନ ଦୁଇ ନିଷ୍‌ପାପ ଛୁଆକୁ ସିନା ଉଧାର କରି ଥଇଥାନ କଲା, ହେଲେ ଲାଲଦୀପକଁର କଥା ପାସରି ଦେଲା। ଅଭାବ ଅନାଟନକେ ଦରିଦିରିଆ ଅବସ୍‌ତାର ଲାଗି ଲାଲଦୀପ ଆଏଜ୍‌ ବି ତାକର ଦୁଇ ବଖରା ମାଏଟ୍‌ ଘରର ମରାମତି କରି ନାଇଁପାରଲେ। ଯେନ୍‌ଥିରଲାଗି ସେ ଘର ଦୁଇ ବଖରାକ ବରଷାରେ ଭାଂଗି ଯାଇଛେ। ଏହେଦେ ସେ ଉପେ ଶୂଇନ୍‌ ହେଇ ଗଁାର ଓ୍ବାର୍ଡ ମେମ୍ବରକଁର ବାରନ୍‌ଡାରେ ଦିନ୍‌ ବିତଉଛନ୍‌। ଏନ୍‌ତାଥି ଅସାହା ଲାଲଦୀପକୁଁ ସରକାରୀ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଖପ୍ରାଖୋଲ ବିଡିଓ ତରଣୀ ସୁନାକୁଁ ପଚରାଲାରୁ ଘଟନାକେ ଗୁରୁତ୍‌ ଦେଇ ଯେତେ ଜଲଦି ହେବା ତାହାକୁ ଘର ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri