ଆବାସ ବଣ୍ଟନ: ମାହାଙ୍ଗାରେ ବ୍ୟାପକ ଅନିୟମିତତା ଅଭିଯୋଗ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ବିଶେଷ କରି ସରକାରୀ ଅଫିସରମାନେ ଶାସକ ଦଳର କର୍ମୀଙ୍କୁ ପକ୍କାଘର ବଣ୍ଟନ କରିବା ସହ ସେମାନଙ୍କ ଘରକୁ ଜିଓ ଟ୍ୟାଗିଙ୍ଗ କରୁଛନ୍ତି। ଏହା ବିରୋଧରେ ଗତ ୧୦ ତାରିଖରେ ଭାଜପା ପକ୍ଷରୁ ରାଜଭବନ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଥିଲା। ଶାସକ ଦଳ ପକ୍ଷରୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଅନିୟମିତତାର ଉପଯୁକ୍ତ ପ୍ରମାଣ ଦେଖାଇଲେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ବିବୃତି ଦେଇଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ଖୋଦ୍‌ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ମାହାଙ୍ଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ର୍ଦୁନୀତି ହୋଇଛି। ଘର ବଣ୍ଟନରେ ବ୍ୟାପକ ଅନିୟମିତତା ଏବଂ ଭ୍ରଷ୍ଟାଚାର ଘଟଣା ଘଟୁଥିବା ବେଳେ ମନ୍ତ୍ରୀ ଏହାର ପ୍ରମାଣ ମାଗିବା ଦୁର୍ଭାଗ୍ୟଜନକ ବୋଲି ଭାଜପା ନେତା ଶାରଦା ପ୍ରଧାନ ଅଭିଯୋଗ କରିଛନ୍ତି। ଏହିପରି ଅନିୟମିତତାର ତଥ୍ୟ ଦେଇ ଶାସକ ଦଳକୁ ଟାର୍ଗେଟ କରିଛି ଭାଜପା।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଶାରଦା କହିଛନ୍ତି ଯେ, ୨୦୦୨ରେ ମାହାଙ୍ଗା ନିର୍ବାଚନମଣ୍ଡଳୀର ଜଣେ ବ୍ୟକ୍ତି ଇନ୍ଦିରା ଆବାସ ଘର ପାଇଥିଲେ। ୨୦୧୪-୧୫ରେ ଉକ୍ତ ବ୍ୟକ୍ତିଙ୍କ ପୁଅ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ଏକ ଘର ନେଇଥିଲେ। ଜିଲାପାଳଙ୍କ ତଦନ୍ତ ରିପୋର୍ଟରେ ଏହା ବେଆଇନ ବୋଲି ଦର୍ଶାଯାଇଛି। ଏହିପରି ମାହାଙ୍ଗା ନିର୍ବାଚନମଣ୍ଡଳୀରେ ୫ ହଜାରରୁ ଊର୍ଦ୍ଧ୍ୱ ଘର ବେଆଇନ ଭାବେ ବଣ୍ଟନ କରାଯାଇଛି। ବାପା ଓ ପୁଅ ମିଶି ଦୁଇ ମହଲା ଘର କରିଥିବା ଜିଲାପାଳ ରିପୋର୍ଟ ଦେଇଛନ୍ତି। ସେହିପରି ଖାଦ୍ୟ ସୁରକ୍ଷା ଆଇନରେ ମାହାଙ୍ଗା ପଞ୍ଚାୟତର ଜଣେ ଶାସକ ଦଳ ନେତାଙ୍କ ନାଁ ରାଶନ କାର୍ଡରେ ରହିବା ଘଟଣା ପ୍ରକାଶ ପାଇଥିଲା। କିନ୍ତୁ ମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀର ଦୁର୍ନୀତିକୁ ଲୁଚାଇଲେ। ପ୍ରତ୍ୟେକ ଦିନ ୫୦ରୁ ୧୦୦ ଅଭିଯୋଗକାରୀ ପଞ୍ଚାୟତିରାଜ ବିଭାଗ ପାଖରେ ଅଭିଯୋଗ କରିବେ। ଏଥିଲାଗି ମୁଖ୍ୟମନ୍ତ୍ରୀ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଅଭିଯୋଗ ଶୁଣିବା ପାଇଁ ବ୍ୟବସ୍ଥା କରନ୍ତୁ। ସେହିପରି ଦୁର୍ନୀତି ଏବଂ ଭ୍ରଷ୍ଟାଚାରରେ ଲିପ୍ତଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହିଷ୍କାର କରନ୍ତୁ ବୋଲି ଶାରଦା ଦାବି କରିଛନ୍ତି। ଅପରପକ୍ଷରେ ଭାଜପାର ଏଭଳି ଅଭିଯୋଗକୁ ନେଇ ମନ୍ତ୍ରୀ ଜେନା କହିଛନ୍ତି, କେବଳ ନିର୍ବାଚନ ହାରିଯିବା ପରେ ଓଷଧ ବିକଳରେ ତାଟିଆ କାମୁଡିବା ସଦୃଶ। ସେମାନଙ୍କ କାର୍ଯ୍ୟକଳାପ ମୋର ଗୋଟିଏ କଥା କୌଣସି ବ୍ୟକ୍ତି ଦୁର୍ନୀତିରେ ଲିପ୍ତ ଥିବେ ସେମାନଙ୍କୁ ଛଡା ଯିବନି ଓଲଟି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ସରକାରଙ୍କ ବଡ଼ ଘୋଷଣା: ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା

ଭୁବନେଶ୍ୱର,୧୦।୪: ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା। ପ୍ରଧାନମନ୍ତ୍ରୀ ରାହତ୍‌ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲା SP,…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା, ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ନେଇ…

ଭୁବନେଶ୍ୱର,୧୦ା୪: ରାଜ୍ୟରେ ପୁଣି ଜୋର୍‌ ଧରିଛି ମେଟ୍ରୋ ପ୍ରକଳ୍ପ ରାଜନୀତି। ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ ବନ୍ଦ ନିଷ୍ପତ୍ତି…

ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଇରାନର ବଡ଼ ନିଷ୍ପତ୍ତି: ରଖିଲା ଏମିତି ସର୍ତ୍ତ, ବିଶ୍ୱ ବଜାରରେ ହଇଚଇ

ଓ୍ବାଶିଂଟନ୍‌,୧୦।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ ବିଶ୍ୱ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ ତେଲ ଏବଂ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri