Categories: ଜାତୀୟ

ଆବଶ୍ୟକ ନ ଥିଲେ ମାସ୍କ ପିନ୍ଧନ୍ତୁ ନାହିଁ: ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୮।୩: କରୋନା ଭାଇରସ ଏବେ ଭାରତରେ ତା’ର କାୟା ବିସ୍ତାର ଆରମ୍ଭ କରିଥିବା ବେଳେ ରବିବାର ସୁଦ୍ଧା ଭାରତରେ ୩୯ ଜଣ ପଜିଟିଭ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଏହାପରେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି। ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି, କରୋନା ଭାଇରସକୁ ନେଉ କେହି ଭୟଭିତ ହୁଅନ୍ତୁ ନାହିଁ। ଡାକ୍ତରଙ୍କ ବିନା ପରାମର୍ଶରେ ମାସ୍କ ପିନ୍ଧୁନ୍ତୁ ନାହିଁ। ଦିଲ୍ଲୀର ପ୍ରାୟ ୨୫ଟି ସ୍ଥାନରେ କରୋନା ଭାଇରସ ଚେକିଂ ବ୍ୟବସ୍ଥା କରାଯାଇଛି। ଏହାସହ ମୋଟ୍ରୋ ଓ ବସ୍‌ରେ ସ୍ବଚ୍ଛତାକୁ ବିଶେଷ ଦୃଷ୍ଟି ଦିଆଯାଉଛି ବୋଲି କେଜରିଓ୍ବାଲ କହିଛନ୍ତି। ତେଣୁ ଏସବୁ ବ୍ୟବହାର କରିବାକୁ ହେଲେ ଭୟ କରିବାର ନାହିଁ। ଦିଲ୍ଲୀରେ ଯେଉଁ ୩ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କୁ ଆଇସୋଲେଶନ ଓ୍ବାର୍ଡରେ ରଖି ଚିକିତ୍ସା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

Share