ଆବର୍ଜନାର ପୁରୀ

ପୁରୀ ଅଫିସ,୧୫-୧:ପୁରୀ ହେବ ବିଶ୍ୱର ଐତିହ୍ୟ ସହର। ବଦଳିବ ଏହାର ରୂପରେଖ। ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ କରାଯିବ। ବହୁତଳ ପାର୍କିଂ, ନୂଆ ମାର୍କେଟ କମ୍ପ୍ଲେକ୍ସ, ରାସ୍ତାଘାଟର ସମ୍ପ୍ରସାରଣ, ଏପରି କି ରାଜ୍ୟର ପ୍ରଥମ ଟ୍ରମ୍ପେଟ ସେତୁ (ଶ୍ରୀସେତୁ ନାମରେ) ମଧ୍ୟ ତିଆରି ହେବ। ଭକ୍ତ, ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ ସୁବିଧା। ରାଜ୍ୟ ସରକାର ଏହା ଘୋଷଣା କରିବା ସହ ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ୭୫ ମିଟର ପରିଧି ମଧ୍ୟରେ ଉଚ୍ଛେଦ କାର୍ଯ୍ୟ ବି ଜାରି ରହିଛି। ସରକାର ଶହ ଶହ କୋଟି ଟଙ୍କା ବ୍ୟୟରେ ବିକାଶର ସ୍ବପ୍ନ ଦେଖୁଛନ୍ତି, କିନ୍ତୁ ବାଙ୍କୀ ମୁହାଣ ପ୍ରତି ସମ୍ପୂର୍ଣ୍ଣ ଆଖି ବୁଜିଦେଇଛନ୍ତି। ଟ୍ରିଟମେଣ୍ଟ ପ୍ଲାଣ୍ଟ କେବଳ କାମଚଳା ଭାବେ ଚାଲୁଥିବା ବେଳେ ସହରର ଆବର୍ଜନା ପାଣି ସିଧାସଳଖ ସମୁଦ୍ରରେ ମିଶୁଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନାହିଁ। ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରେ ଠିକ୍‌ ଭାବେ କେମିକାଲଯୁକ୍ତ ପାଣି ସିଞ୍ଚନ ପ୍ରକ୍ରିୟା(ଏନ୍‌ଜାଇମିଂ ଡୋଜିଂ) ହେଉ ନ ଥିବାରୁ ଏହା ସଂଲଗ୍ନ ଅଞ୍ଚଳରେ ପ୍ରବଳ ଦୁର୍ଗନ୍ଧ ହେଉଛି। ଫଳରେ ଚକ୍ରତୀର୍ଥ ରୋଡ୍‌ ଦେଇ ଯିବାଆସିବା କରୁଥିବା ପର୍ଯ୍ୟଟକ ତିକ୍ତ ଅନୁଭୂତି ସାଉଣ୍ଟି ଫେରୁଛନ୍ତି।
ପୁରୀ ସହରର ବର୍ଜ୍ୟଜଳ ବିଶୋଧନ ପାଇଁ ସଂସ୍କୃତି ଭବନ ନିକଟରେ ୧୯୯୮ରେ ଉଦ୍‌ଘାଟିତ ହୋଇଥିଲା ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ। ସହରର ବର୍ଜ୍ୟଜଳକୁ ଏଠାରେ ଟ୍ରିଟ୍‌ମେଣ୍ଟ କରି ବାଙ୍କୀ ମୁହାଣ ଦେଇ ସମୁଦ୍ରକୁ ଛାଡ଼ିବା ଥିଲା ଏହାର ଉଦ୍ଦେଶ୍ୟ। ହେଲେ ଅନେକ ସମୟରେ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଅଚଳ ରହିବା ଏବଂ ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବାରୁ ବର୍ଜ୍ୟଜଳ ସିଧା ସମୁଦ୍ରରେ ମିଶୁଛି। ଏହାଦ୍ୱାରା ସମୁଦ୍ର ପାଣି ପ୍ରଦୂଷିତ ହେଉଥିବା ବେଳେ ବାଙ୍କୀ ମୁହାଣ ସଂଲଗ୍ନ ଅଞ୍ଚଳର ଭୂତଳ ଜଳ ପ୍ରଭାବିତ ହେବା ଆଶଙ୍କା ରହିଛି। ସେହିପରି ସମୁଦ୍ର କୂଳରେ ୪ ବର୍ଷ ତଳେ ଡ୍ରେନେଜ ବିଭାଗ ପକ୍ଷରୁ ବର୍ଷାଜଳ ନିଷ୍କାସନ ନଳା ନିର୍ମାଣ କରାଯାଇଛି। ହୋଟେଲ ହଂସ କୋକୋପାମ୍‌ଠାରୁ ଆସିଥିବା ଏହି ନଳା ବାଙ୍କୀ ମୁହାଣଠାରେ ମିଶିଛି। ତେବେ ଏହି ବର୍ଷାଜଳ ନିଷ୍କାସନ ନଳାରେ ବହୁ ହୋଟେଲର ଯାବତୀୟ ମଇଳା ପାଣି ଛଡ଼ାଯାଉଛି। ଏହି ବର୍ଜ୍ୟଜଳ ବାଙ୍କୀ ମୁହାଣ ଦେଇ ସମୁଦ୍ରକୁ ଯାଉଛି। ବାଙ୍କୀ ମୁହାଣ ଏକ ପ୍ରକାର ଆବର୍ଜନା କୁଣ୍ଡରେ ପରିଣତ ହୋଇଛି ବୋଲି ସଚେତନ ନାଗରିକ ମଞ୍ଚ ସଭାପତି ଆଇନଜୀବୀ ପ୍ରସନ୍ନ କୁମାର ଦାଶ କହିଛନ୍ତି। ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଏନ୍‌ଜାଇମିଂ ଡୋଜିଂ କରାଯାଉଥିବା ନେଇ ଯାହା କୁହାଯାଉଛି ତା କେବଳ ନାଁକୁ ମାତ୍ର। କେମିକାଲଯୁକ୍ତ ପାଣି ସିଞ୍ଚନ କରି ଟ୍ରିଟମେଣ୍ଟ ହୋଇଗଲା ବୋଲି କୁହାଯାଇ କେବଳ ଲୋକଙ୍କୁ ଭୁଆଁ ବୁଲାଯାଉଛି। ଯଦି ଠିକ୍‌ ଭାବେ ବିଶୋଧନ କରାଯାଇ ପାଣି ସମୁଦ୍ରକୁ ଛଡ଼ାଯାଆନ୍ତା ଏମିତି ଦୁର୍ଗନ୍ଧ ହୁଅନ୍ତା ନାହିଁ ବୋଲି ଆଇନଜୀବୀ ଦାଶ କହିଛନ୍ତି।
ଅନ୍ୟପକ୍ଷରେ ଏନ୍‌ଜାଇମିଂ ଡୋଜିଂ ମାଧ୍ୟମରେ ବର୍ଜ୍ୟଜଳକୁ ଟ୍ରିଟ୍‌ମେଣ୍ଟ କରାଯାଉଛି ବୋଲି ପ୍ଲାଣ୍ଟ ଦାୟିତ୍ୱରେ ଥିବା ଜୁସ୍‌କୋର ସୁପରଭାଇଜର ଯଶଓ୍ବନ୍ତ ବିଶି କହିଛନ୍ତି। ତାଙ୍କ କହିବାନୁଯାୟୀ, ପ୍ରତିମାସରେ ପାଣିର ବିଓଡି (ବାୟୋକେମିକାଲ ଅକ୍ସିଜେନ ଡିମାଣ୍ଡ) ମପାଯାଉଛି। ବିଓଡିର ମାତ୍ରା ୩୦ ମଧ୍ୟରେ ରହିଲେ ତାହା ସମୁଦ୍ର ପାଣି ଖରାପ କରିବ ନାହିଁ। ଏଠାରେ ଟ୍ରିଟ୍‌ମେଣ୍ଟ ପରେ ବିଓଡି କେବେ ୨୬ ତ କେବେ ୨୮ ରହୁଛି। ହେଲେ ପାଣି କାହିଁକି ଏତେ ଦୁର୍ଗନ୍ଧ ହେଉଛି ପ୍ରଶ୍ନରେ ବିଶି କହିଥିଲେ, ଲୋକେ ସେମାନଙ୍କ ପାଇଖାନା ନଳାକୁ ଡ୍ରେନ୍‌ ସହିତ ସଂଯୋଗ କରିଛନ୍ତି। ଫଳରେ ଅଧିକ ମାତ୍ରାରେ ମଇଳା ପାଣି ଆସୁଛି। ଏଥିପାଇଁ ମଝିରେ ମଝିରେ ଲୋକଙ୍କୁ ଲଗାଇ କେମିକାଲଯୁକ୍ତ ପାଣି ସିଞ୍ଚନ କରି ମୁହାଣକୁ ଛଡାଯାଉଛି। କିନ୍ତୁ ବର୍ଜ୍ୟଜଳ ଟ୍ରିଟମେଣ୍ଟ ପରେ ବାଙ୍କୀ ମୁହାଣ ପର୍ଯ୍ୟନ୍ତ ଯାଇଥିବା ଜଳଧାରରେ ଅନେକ ବସ୍ତିବାସିନ୍ଦା ସେମାନଙ୍କ ପାଇଖାନା ପାଣିକୁ ମିଶାଉଛନ୍ତି। ଏହାଦ୍ୱାରା ମଇଳା ପାଣି ସିଧା ସମୁଦ୍ରକୁ ଯାଉଛି।
ବାଙ୍କୀ ମୁହାଣର ଏଭଳି ସ୍ଥିତି ସମ୍ପର୍କରେ ଉତ୍କଳ ବିଶ୍ୱବିଦ୍ୟାଳୟ ଭୂତତ୍ତ୍ବ ବିଜ୍ଞାନ ବିଭାଗ ମୁଖ୍ୟ ଡ. ଦେବାନନ୍ଦ ବେଉରା କହିଛନ୍ତି, ସମୁଦ୍ର ପାଣି ପ୍ରଦୂଷିତ ହେଉଥିବାରୁ ଏହା ଜଳଜୀବଙ୍କୁ ମଧ୍ୟ ପ୍ରଭାବିତ କରିବ। ଦୀର୍ଘଦିନ ଧରି ଯଦି ଏପରି ବର୍ଜ୍ୟଜଳ ପ୍ରବାହିତ ହୁଏ ତେବେ ଏହା ଭୂତଳ ଜଳକୁ ମଧ୍ୟ ପ୍ରଦୂଷିତ କରିବ। ତେଣୁ ଅତ୍ୟାଧୁନିକ ପ୍ଲାଣ୍ଟ ବସାଯାଇ ସହରର ବର୍ଜ୍ୟଜଳକୁ ଭଲ ଭାବେ ଟ୍ରିଟମେଣ୍ଟ କରି ସମୁଦ୍ର ଭିତରେ ନେଇ ଛଡ଼ାଯିବା ଦରକାର। ଏ ସମ୍ପର୍କରେ ପୁରୀ ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀଯନ୍ତ୍ରୀ ଶରତ ଚନ୍ଦ୍ର ମିଶ୍ର କହିଛନ୍ତି, ଟ୍ରିଟମେଣ୍ଟ ପ୍ଲାଣ୍ଟ ଠିକ୍‌ ଭାବେ କାର୍ଯ୍ୟ କରୁଛି। ଏହା ମଧୁର ଜଳ ସଂରକ୍ଷିତ ଅଞ୍ଚଳକୁ ଛୁଉଁ ନ ଥିବାରୁ ଭୂତଳ ଜଳ ପ୍ରଦୂଷଣ ହେବାର ଆଶଙ୍କା ନାହିଁ। ହେଲେ ଯେତେ ପ୍ରକାର ଉଦ୍ୟମ କଲେ ମଧ୍ୟ ବାଙ୍କୀ ମୁହାଣ ପର୍ଯ୍ୟନ୍ତ ଯାଇଥିବା ଜଳଧାରରେ ପାଇଖାନା ପାଣି ଛାଡ଼ିବା କାର୍ଯ୍ୟରୁ ବସ୍ତିବାସିନ୍ଦା ନିବୃତ୍ତ ରହୁନାହାନ୍ତି ବୋଲି ମିଶ୍ର କହିଛନ୍ତି।

ହେମନ୍ତ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri