Categories: ଫୁରସତ

ଆପ୍‌ରୁ ନଦୀ ସମ୍ପର୍କରେ ଜାଣିହେବ ତଥ୍ୟ

ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ (ଓ୍ବାର୍ଲଡ ଓ୍ବାଇଲ୍ଡଲାଇଫ୍‌ ଫଣ୍ଡ୍‌) ରିଭର୍‌ ଆପ୍‌ ବାସ୍ତବ ଦୁନିଆର ଅନୁଭବ କରାଇ ପାରୁଥିବା ଏକ ଆପ୍‌ । ଏହା ମୁଖ୍ୟତଃ ନଦୀର ସୌନ୍ଦର୍ଯ୍ୟ ତଥା ବିଭିନ୍ନ ତଥ୍ୟ ସମ୍ପର୍କରେ ଜଣାଇଦେବ। ଏହା ନଦୀର ସମତଳ ଶଯ୍ୟାକୁ ପୂରା ଏକ ସୌନ୍ଦର୍ଯ୍ୟମୟ ଦୃଶ୍ୟମାନ ଛବିରେ ରୂପାନ୍ତରିତ କରିପାରୁଛି, ଯେଉଁଥିରୁ ନଦୀ ସମ୍ପର୍କରେ ତଥ୍ୟ ହାସଲ କରାଯାଇପାରିବ। ଏହା କିଭଳି ମନୁଷ୍ୟ ଓ ବନ୍ୟଜନ୍ତୁଙ୍କୁ ପ୍ରଭାବିତ କରୁଛି , ପରିବେଶ ଉପରେ ନଦୀ କ’ଣ ପ୍ରଭାବ ପକାଉଛି ତାହା ଜାଣିହେବ। ଏହି ଆପ୍‌ ମାଧ୍ୟମରେ କେବଳ ନଦୀ ସମ୍ବନ୍ଧୀୟ ତଥ୍ୟ ଜାଣିବା ମୁଖ୍ୟ ଲକ୍ଷ୍ୟ ନୁହେଁ, ବରଂ ବିଭିନ୍ନ ସମସ୍ୟା ସମ୍ପର୍କିତ ତଥ୍ୟ ଉପରେ ଅନୁଧ୍ୟାନ କରି କିଭଳି ସମାଧାନ କରାଯାଇପାରିବ, ତା’ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଗବେଷକ ମତ ଦେଇଛନ୍ତି।

Share