ଆପ୍‌ନେ ଆର ବଡ଼ପୁଓ ଆରପାରେ: ଦୁରଦିନ୍‌ରେ ନିସାହା ବିଧବା ଅମ୍ବିକା

ଲୋଇସିଂହା,୩୦।୫(ଡି.ଏନ.ଏ)-  ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଁଚେତ୍‌ ସଦର ଗାଁର ଅମ୍ବିକା ବାଗ(୭୦)। ଆପ୍‌ନେ ଅନେକ ଦିନୁ ଅରପାରକେ ଚାଲିଯାଇଥିଲାବେଲେ ବଛର କେତେଟା ଉତାରୁ ପୁଓ ବି ଆରପାରକେ ଚାଲିଯାଇଛନ୍‌। ପରିବାରର ଏନ୍‌ତା ଦୁଖଦ୍‌ ପରିସ୍ଥିତିରେ ସେ ଭାଂଗି ପଡ଼ିଛନ୍‌। ଇଆଡ଼େ ମାନସିକ ଦୁଖ୍‌ ଆର ଦିହିପା ସମସିଆ ସଂଗେ ଯୁଝୁଛନ୍‌। ଅଭାବ ଅନାଟନ ଲାଗି ଟେକା ଖାଏଦ୍‌ ଉପରେ ଆଶ୍‌ରେ କରୁଥିଲାବେଲେ ଭଂଗା ଦଦ୍‌ରା ଘରେ ଜୀବନ୍‌କେ ପାଏନ୍‌ ଛଡ଼େଇ ରହୁଛନ୍‌। ଅମ୍ବିକା ବିଧବା ଭତା ପାଉଛନ୍‌ ସତ୍‌, ହେଲେ ଭତା ଟଁକା ଉଷୋକଷାକେ ନିହଁଟ ହେଉଛେ ବଲି ସେ କହିଛନ୍‌।
ସୂଚନା ଅନ୍‌ସାରେ ବାଦିବାହାଲ ପଁଚେତ ସଦର ଗାଁର ଅମ୍ବିକାକଁର ପରିବାର କହେଲେ ଆପ୍‌ନେ ଖାରୁ ବାଗ, ଦୁଇ ପୁଓ ବିଜେ ଆର ସୁଦାମକେ ନେଇ ତାକର ସଁସାର। ବଡ଼ପୁଓ ବିଜେ ବିହାଚୁରା ହେଇଥିଲେ। ବହୁ ଆର ୮ ବଛର୍‌ର ନାତିକେ ନେଇ ଦୁଖେସୁଖେ ଅମ୍ବିକାକଁର ପରିବାର ଚଲିଯାଉଥିଲା। ହେଲେ ଖାରୁକଁର ମାନସିକ ଥିତି ଠିକ୍‌ ନାଇଁଥାଇ, ଆଏଜ୍‌କେ ୭ ବଛର ତଲେ ତାକର ଦୁଖଦ୍‌ ମୁରତୁ ହେଇଥିଲା। ସେନ୍‌ତା ଅଢ଼େ ବଛର ତଲେ ବିହାରି ପୁଓ ବିଜେ ବି କେହେନ୍‌ସି କାରନରୁ ଚରମ ପଦକ୍ଷେପ ନେଇଥିବାର ଗାଁବାସୀକରନୁ ଜନାଯାଇଛେ। ବିଜେର ମୁରତୁ ଉତାରୁ ତାକର ମାଏକିନା ଛୁଆକେ ଧରି ବାପ୍‌ ଘରକେ ପଲେଇଯାଇଛନ୍‌। ଇତାର ପରେ ସାନପୁଓର ସଡ଼କ ଦୁରଘଟନାରେ ଭୁଜନି ଗୋଡ଼ ଭାଂଗି ଗଲାରୁ ସେ ଭିନ୍ନକ୍ଷମ ପାଲଟିଗଲେ। ଗୁଟେ ପରେ ଗୁଟେ ଦୁଖଦ୍‌ ଘଟନାରେ ନିସାହା ଅମ୍ବିକା ଭାଂଗିପଡ଼ିଛନ୍‌। ସେ ଏହେଦେ ନିଜେ ପକ୍ଷାଘାତ ରୋଗ୍‌ରେ ପୀଡ଼ିତ ଅଛନ୍‌। ଗୋଡ଼, ହାତ୍‌ କିଛି କାମ୍‌ ନାଇଁ କରବାର। ଇଆଡ଼େ ସାନ୍‌ପୁଓ ଟିକେ ଠିକ୍‌ ହେଲାରୁ ଘରର ପରିସ୍ଥିତି ଦେଖି ବାହାର ରାଏଜ୍‌କେ ଦାଦନ୍‌ ଖଟି ଯାଇଛନ୍‌। ଏନ୍‌ତାଥି ଅମ୍ବିକା ନିସାହା ହେଇ ଘରେ ଏକଲା ପଡ଼ିରହିଛନ୍‌, ଡୁଂଗି ଦେଖ୍‌ବାକେ କେହି ପାସେ କେହି ନାଇଁ। ବଡ଼ାଦୁଖେ ରେଂଗ୍‌ସି ଘେଁସ୍‌ରି ସେ ନିଜର ଫିଦିନିଆଁ କାମ୍‌ କରୁଛନ୍‌ ଆର ପାଖ୍‌ ପଡ଼ିଶାକର ହାତ୍‌ ଟେକା ଖାଏଦ୍‌କେ ଆଶ୍‌ରେ କରି ଜୀବନ୍‌ ବିତଉଛନ୍‌। ଯେନ୍‌ଦିନ ଖାଏବାକେ ମୁଠେ ମିଲ୍‌ଲା ଭଲ, ନାଇଁହେଲେ ଖାଡ଼ା ଉପାସରେ ଦିନ୍‌ ବିତୁଛେ ବଲି ସେ କାଁଦିକାଁ ଦି ତାକର ଦୁଖ୍‌ ବଖାନିଥିଲେ। ଇଆଡ଼େ ସେ ରହୁଥିବାର ଘରର ପାଟେନ ସବୁ ଭାଂଗି ଯାଇଛେ। ଏନ୍‌ତାଥି କେତେବେଲେ କେନ୍‌ପରକାର ଅଘଟନ୍‌ ଘଟବା କିଛି କହି ନାଇଁ ହେବାର। ଅମ୍ବିକା ଥାନୀୟ ସରପଁଚ୍‌କୁଁ ମାସିକ ୩୫ କେ.ଜି. ଚାଉଲ ଆର ପକାଘର ଖଁଡ଼େ ଯୁଗେଇ ଦେବାକେ ଗୁହାରି କରି ନିରାଶ ହେଇଥିବାର ଗଁାର ସୁନୀଲ ଦାସ, କୁଶ ଭୋଇ, ସୀତାରାମ ସାହୁ, କୁନୁ ବେହେରା, ହିମାଂଶୁ ବେହେରା, ମହାଦେବ ସେଠ୍‌, ହରି ଭୋଇ ଭୁଲା ବଗର୍ତ୍ତି ପରମୁଖ କହିଛନ୍‌। ଇ ବାବ୍‌ଦେ ଥାନୀୟ ସରପଁଚ୍‌ ଉର୍କୁଲୀ ଧରୁଆକୁଁ ପଚରାଲାରୁ କୁଟା ଖାଲି ହେଲେ ୩୫ କେ.ଜି. ଚାଉଲ ଦିଆଯିବା। ପକାଘର ଲାଗି ବ୍ଲକ ପରଶାସନକେ ଜନାମି ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri