Categories: ଜାତୀୟ

ଆନ୍ନାଙ୍କୁ ଭୁଲିଗଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ହାସଲ କରିବା ପରେ ଏବେ ଆମ୍‌ ଅଦମୀ ପାର୍ଟି (ଏଏପି) ସରକାର ଗଠନ କରିବାକୁ ଯାଉଛି। ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ ତୃତୀୟ ଥର ପାଇଁ ଏଏପି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହ ପାଇଁ କେଜରିଓ୍ବାଲ ବିଭିନ୍ନ ରାଜନୈତିକ ଦଳ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଆମନ୍ତ୍ରତି କରିଛନ୍ତି। କିନ୍ତୁ ଏହି ସମାରୋହ ପାଇଁ ଏପର୍ଯ୍ୟନ୍ତ କେଜରିଓ୍ବାଲ ସମାଜସେବୀ ଆନ୍ନା ହଜାରେଙ୍କୁ ନିମନ୍ତ୍ରଣ କରି ନ ଥିବା ଜଣାପଡ଼ିଛି। ଯାହା ସହ କେଜରିଓ୍ବାଲ ଭ୍ରଷ୍ଟାଚାର ବିରୋଧରେ ବଡ଼ ଆନ୍ଦୋଳନ କରିଥିଲେ ସେହି ଗୁରୁଙ୍କୁ ଏବେ ସେ ଭୁଲିଯାଇଥିବା ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ନିଜର ପ୍ରଥମ କାର୍ଯ୍ୟକାଳ ସମାରୋହରେ କେଜରିଓ୍ବାଲ ଆନ୍ନାଙ୍କୁ ଆମନ୍ତ୍ରିତ କରିଥିଲେ। ହେଲେ ଆନ୍ନା ନିଜର ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଏଥିରେ ଯୋଗଦେବା ପାଇଁ ମନା କରିଦେଇଥିଲେ।

Share