Categories: ବାଣିଜ୍ୟ

ଆନ୍ଧ୍ର ବ୍ୟାଙ୍କ ସମ୍ବଲପୁରର ନୂତନ ଆଞ୍ଚଳିକ ମୁଖ୍ୟ

ଭୁବନେଶ୍ୱର,୧୫-୬: ଆନ୍ଧ୍ର ବ୍ୟାଙ୍କ ସମ୍ବଲପୁରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ଆଞ୍ଚଳିକ ମୁଖ୍ୟ ଭାବେ ଶଙ୍କର ହେମ୍ବ୍ରମ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ହାଇଦ୍ରାବାଦ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟରେ ପିଆଣ୍ଡଡି ବିଭାଗର ମୁଖ୍ୟ ପ୍ରବନ୍ଧକ ଏବଂ ଋଣ ବିଭାଗର ମୁଖ୍ୟ ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ୧୯୮୯ରେ ଆନ୍ଧ୍ର ବ୍ୟାଙ୍କରୁ ସେ କ୍ୟାରିୟର ଆରମ୍ଭ କରିଥିଲେ। ଦୀର୍ଘ ୨୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ବିଭିନ୍ନ ଶାଖା ସ୍ତରରେ ସେ ୨୫ ବର୍ଷ କାର୍ଯ୍ୟ କରିଛନ୍ତି। କୃଷି,ରିଟେଲ ଏବଂ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଗୁରୁତ୍ୱ ଦେବା ସହ ଅଣକାର୍ଯ୍ୟକାରୀ ସମ୍ପତ୍ତିର ସଠିକ୍‌ ପରିଚାଳନା ଉପରେ କାର୍ଯ୍ୟ କରିବେ ବୋଲି ହେମ୍ବ୍ରମ ସୂଚନା ଦେଇଛନ୍ତି।

Share