ଆନ୍ଧ୍ରରୁ ଟ୍ରକ୍‌ରେ ଫେରିଲେ

ବାରିପଦା ଅଫିସ,୧୪ା୫- ଆନ୍ଧ୍ରପ୍ରଦେଶରୁ ଏକ ଟ୍ରକ୍‌ ଯୋଗେ ମୟୂରଭଞ୍ଜ ଜିଲାକୁ ୬୫ ପ୍ରବାସୀ ଓଡ଼ିଆ ଗୁରୁବାର ଫେରିଛନ୍ତି। ଅପରାହ୍ନରେ ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ ନଂ. ଜାତୀୟ ରାଜପଥରେ ଏତେ ସଂଖ୍ୟକ ଲୋକ ଟ୍ରକ୍‌ରେ ବୋଝେଇ ହୋଇ ଯାଉଥିବା ଦେଖି କେତେକ ବ୍ୟକ୍ତି ପୋଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୋଲିସ ବାରିପଦା ଦାରୋଗାଡ଼ାହି ଗୋଲେଇ ନିକଟରେ ଉକ୍ତ ଟ୍ରକ୍‌କୁ ଅଟକାଇ ପଚରାଉଚରା କରିଥିଲା। ଟ୍ରକ୍‌ଟି ଆନ୍ଧ୍ରପ୍ରଦେଶରୁ ଆସିଥିବା ବେଳେ ଏଥିରେ ଥିବା ସମସ୍ତ ଲୋକ ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ ଅଞ୍ଚଳର ବୋଲି ଜଣାପଡ଼ିଥିଲା। ସମସ୍ତେ ସରକାରଙ୍କ ନିୟମ ଅନୁୟାୟୀ ପଞ୍ଜୀକରଣ କରିବା ପରେ ଟ୍ରକ୍‌ରେ ଆସିଥିବା ଜଣାପଡ଼ିଥିଲା। ଯାଞ୍ଚ ପରେ ପୋଲିସ ଟ୍ରକ୍‌ଟିକୁ ଛାଡ଼ି ଦେଇଥିଲା। ଉଲ୍ଲେଖଯୋଗ୍ୟ ଯେ, ମୟୂରଭଞ୍ଜ ଜିଲାକୁ ବର୍ତ୍ତମାନ ସୁଦ୍ଧା ୧୫ ଶହ ପ୍ରବାସୀ ଓଡ଼ିଆ ଫେରିଥିବା ବେଳେ ଆଗାମୀ ଦିନରେ ଆହୁରି ୪୫ ହଜାର ଶ୍ରମିକ ଓ ପ୍ରବାସୀ ଫେରିବା ପାଇଁ ପଞ୍ଜୀକରଣ କରିଛନ୍ତି। ସପ୍ତାହକ ତଳେ ଗ୍ରୀନ ଜୋନ୍‌ରେ ଥିବା ଏହି ଜିଲାରେ ୯ ସୁରଟ ଫେରନ୍ତା ପଜିଟିଭି ବାହାରିବା ପରେ ଅରେଞ୍ଜ ଜୋନ୍‌ର ପରିଣତ ହୋଇଛି।