ଆନ୍ଦୋଳନକାରୀଙ୍କୁ ମନାଇ ପାରିଲାନି ପ୍ରଶାସନ: ଆଲୋଚନା ଫେଲ୍‌ ମାରିଲା

ଚମ୍ପୁଆ,୯ା୭(ଡି.ଏନ.ଏ.)- କେନ୍ଦୁଝର ଜିଲା ଖଣି ଖାଦାନଭରା ଚମ୍ପୁଆ ଅଞ୍ଚଳରେ ପାରିପାର୍ଶ୍ୱିକ ଉନ୍ନତି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଦାବି କରି ବଡକାଳିମାଟି ଗ୍ରାମବାସୀ ଦୀର୍ଘ ୨୨ ଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି। ସେମାନେ ଚମ୍ପୁଆ ଉପଜିଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଅନଶନ ଚଳାଇଥିଲେ ମଧ୍ୟ ସମାଧାନର ବାଟ ଫିଟୁନାହଁି ା ୩ ସପ୍ତାହ ଗତ ହେବା ସତ୍ତ୍ୱେ କୌଣସି ଅଧିକାରୀ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ନ ଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ଭାଜପା ପକ୍ଷରୁ ଆନ୍ଦୋଳନ ପ୍ରତି ସମର୍ଥନ ଦିଆଯିବା ପରେ ପ୍ରଶାସନ ପକ୍ଷରୁ ସୋମବାର ପ୍ରଥମ କରି ସେମାନଙ୍କ ସହ ଆଲୋଚନା କରାଯାଇଥିଲା। ହେଲେ ଏହି ଆଲୋଚନା ଫେଲ୍‌ ମାରିଥିବା ଜଣାପଡିଛି।
ଉଲ୍ଲେଖନୀୟ ଯେ, ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ଚମ୍ପୁଆ ତହସିଲଦାର ଆଲୋକ କୁମାର ପଟେଲ, ସହକାରୀ ଜିଲାପାଳ ଚାରୁଲତା ସିଂ, ଏସ୍‌ଡିପିଓ ସୁବୋଧ କୁମାର ମଲ୍ଲିକ, ଚମ୍ପୁଆ ଆଇଆଇସି ମନୋରଞ୍ଜନ ପ୍ରଧାନ ପ୍ରମୁଖ ସୋମବାର ପୂର୍ବାହ୍ନରେ ଧାରଣାସ୍ଥଳକୁ ଆସି ଅନଶନକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରାୟ ୧ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏସ୍‌ଆର ଭଳି ଖଣିସଂସ୍ଥା ସ୍ଥାପନ ବେଳେ ଅଞ୍ଚଳର ବିକାଶ ଓ ନିଯୁକ୍ତି ସୁବିଧା ଦେବା ଲାଗି ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ନ କରି ଲୋକଙ୍କୁ ପ୍ରତାରଣା କରାଯାଇଥିବା ଆନ୍ଦୋଳନକାରୀ ଦର୍ଶାଇଥିଲେ। ଏସବୁ ଦାବି ସମ୍ପର୍କରେ ବାରମ୍ବାର ପ୍ରଶାସନକୁ ଜଣାଇ ନିରାଶ ହେବା ପରେ ସେମାନେ ଶେଷରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେନାହିଁ। ଖଣିଖାଦାନ ଯୋଗୁ ପରିବେଶ ପ୍ରଭାବିତ ହେଉଥିବା ବେଳେ ପାରିପାର୍ଶ୍ୱିକ ବିକାଶ ପ୍ରତି ଗୁରୁତ୍ୱ ଦିଆ ନ ଯିବା ବିଡ଼ମ୍ବନା। ରାସ୍ତାଘାଟ ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିଲେ ବି ମରାମତି କରାଯାଉନାହିଁ ା ବିଜୁଳି, ପାଣି ଯୋଗାଣ ନ ହେବା ଭଳି ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଯୁବତୀଯୁବକ ନିଯୁକ୍ତି ସୁଯୋଗ ନ ପାଇ ଅନ୍ୟ ଅଞ୍ଚଳକୁ କାମଧନ୍ଦା କରିବାକୁ ଚାଲିଯାଉଥିବା ଗ୍ରାମବାସୀ କହିଥିଲେ। ଏ ସବୁ ଦାବିର ସମାଧାନ ଲାଗି ପଦକ୍ଷେପ ନିଆଯାଉଛି ବୋଲି ପ୍ରଶାସନିକ ଅଧିକାରୀମାନେ କହି ଅନଶନ ଭାଙ୍ଗିବାକୁ ନିବେଦନ କରିଥିଲେ ମଧ୍ୟ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଅନଶନ ଚାଲୁରହିବ ବୋଲି ଆନ୍ଦୋଳନକାରୀ ଅଡ଼ି ବସିଥିଲେ। ଏ ନେଇ ବଡ଼ବିଲ ତହସିଲଦାର କ୍ଷୀରୋଦଙ୍କୁ ପଚାରିବାରୁ ସେ କହିଥିଲେ, ଗ୍ରାମବାସୀଙ୍କ ଦାବିର ଯଥାର୍ଥତା ରହିଛି। ମାତ୍ର ୨ ଗୋଷ୍ଠୀ କାମ କରୁଥିବାରୁ ଏହାକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷେ ଧାରଣା ଅନଶନ ଗାଇଡ୍‌ଲାଇନ ଭିତରେ ଆସୁ ନ ଥିବାରୁ ସମାଧାନର ସୂତ୍ର ବାହାରିବାରେ ବିଳମ୍ବ ହେଉଛି। ଉଲ୍ଲେଖନୀୟ ଯେ, ଗତ ୧୭ ତାରିଖ ମଧ୍ୟରାତ୍ରରୁ ସ୍ଥାନୀୟ ଅଞ୍ଚଳରେ ମୌଳିକ ସୁବିଧା ଦାବିକରି ଗ୍ରାମବାସୀ ଏହି ଅନଶନ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri