ଆନ୍ତଃରାଜ୍ୟ କଫ୍‌ସିରପ ର଼୍ୟାକେଟର ୨ଗିରଫ

ବଲାଙ୍ଗୀର ଅଫିସ, ୨୦ା୫: ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରା ର଼୍ୟାକେଟ୍‌ ଚଳାଇଥିବା ସାନ ଓରଫ୍‌ ଗୋବିନ୍ଦ ନେଗୀ (୩୮) ଓ ପ୍ରଶାନ୍ତ କ୍ଷେତୀ (୪୨)ଙ୍କୁ ବଲାଙ୍ଗୀର ଟାଉନ୍‌ ଥାନା ପୋଲିସର ସ୍ବତନ୍ତ୍ର ସ୍କ୍ବାଡ ଭୁବନେଶ୍ୱରରୁ ଗିରଫ କରିଛି ା ପୋଲିସ ଆଖିରେ ଧୂଳିଦେଇ ଗତ କିଛିମାସ ତଳେ ଏହି ର଼୍ୟାକେଟ୍‌ର ମୁଖ୍ୟ ସାନ ନେଗୀ ବଲାଙ୍ଗୀରରୁ ଚମ୍ପଟ ମାରିଥିଲେ ା ସେହିପରି ଗତ ୬ ତାରିଖରେ ବଲାଙ୍ଗୀର ଟାଉନ୍‌ ଥାନା ଭିତରୁ ପ୍ରଶାନ୍ତ କ୍ଷେତୀ ବି ଫେରାର ହୋଇଯାଇଥିଲେ ା ଗିରଫ ୨ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି ା
ବଲାଙ୍ଗୀର ସହର ବରପାଲିପଡାର ସାନ ଓ ମାଳପଡାର ପ୍ରଶାନ୍ତ କେତେଜଣ ସହଯୋଗୀଙ୍କୁ ଧରି ବେଶ୍‌ କିଛିବର୍ଷ ହେଲା ବଲାଙ୍ଗୀର ଓ ପଡୋଶୀ ଜିଲାମାନଙ୍କରେ ଅବାଧରେ କଫ୍‌ସିରପ କାରବାର କରିଆସୁଥିଲେ ା ବଲାଙ୍ଗୀର ସହରର ଗଳିକନ୍ଦିରେ ଏଜେଣ୍ଟ ରଖି ସାନଙ୍କ ଗୋଷ୍ଠୀ କଫ୍‌ ସିରପ କାରବାର କରୁଥିଲେ ା ଏହି ବ୍ୟବସାୟରୁ ବିପୁଳ ଟଙ୍କା ଆଦାୟ କରିବା ପରେ ସେମାନେ ପଡୋଶୀ ଜିଲାରେ ବ୍ୟବସାୟ ଆରମ୍ଭ କରିଥିଲେ ା କଫ୍‌ ସିରପର ବ୍ୟାପକ ବ୍ୟବହାର ଫଳରେ ସହରରେ ଅଶାନ୍ତି ସୃଷ୍ଟି ହୋଇଥିଲା ା ଏହି ବ୍ୟବସାୟକୁ କେନ୍ଦ୍ର କରି ଦୁଇଟି ହତ୍ୟା ଘଟଣା ଘଟିଥିତ୍ବା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା ା ସହରର ଯୁବଗୋଷ୍ଠୀ କଫ୍‌ ସିରପ ନିଶାରେ ଅଭ୍ୟସ୍ତ ହୋଇ ପଡିବା ସହ ସେମାନେ ବହୁ ଆପରାଧିକ ଘଟଣାରେ ଲିପ୍ତ ହେଉଥିବା ଜଣାପଡିଥିଲା ା ଏନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ପୋଲିସ ଆଖିରେ ଧୂଳିଦେଇ ସାନ ନେଗୀ ଗୁପ୍ତ ଆଡ୍ଡା କରି କାରବାର ଚଳାଇ ଆସୁଥିଲେ ା ଗତ ମାର୍ଚ୍ଚ ୨୧ ତାରିଖରେ ସ୍ଥାନୀୟ ପୋଲିସ ବଲାଙ୍ଗୀର ରେଳ ଷ୍ଟେଶନ୍‌ରୁ ଗୋଟିଏ ସ୍କ୍ବର୍ପିଓ ଏବଂ ଏକ ଟାଟା ଏସିଇ ଗାଡିରେ ଚାଲାଣ ହୋଇଥିତ୍ବା ୩୫୨୦ ବୋତଲ କଫ୍‌ସିରପ ଜବତ୍‌ କରିଥିଲା ା ଏହି ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଥିଲା ା ଛତିଶଗଡ଼ ରାଜଧାନୀ ରାୟପୁରର ସାଇକ୍ରିଷ୍ଣା ସର୍ଜିକୋ ନାମକ ଏକ ଦୋକାନରୁ ବଲାଙ୍ଗୀର ଶ୍ରୀସାଇ ମେଡିଫାର୍ମା ନାମରେ ଏହି କପ୍‌ ସିରପ ଆସୁଥିତ୍ବା ଜଣାପଡିଥିଲା ା ଗିରଫ ବ୍ୟକ୍ତିଙ୍କଠୁ ସୂଚନା ନେଇ ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଥିଲେ ମଧ୍ୟ ସାନ ନେଗୀ ଫେରାର ହୋଇଯାଇଥିଲେ ା ଗତ ୬ ତାରିଖ ଦିନ ସାନଙ୍କ ସହଯୋଗୀ ପ୍ରଶାନ୍ତଙ୍କୁ ଟାଉନ୍‌ ଥାନା ପୋଲିସ ଗିରଫ କରିଥିଲେ ମଧ୍ୟ ସେ ଥାନାରୁ ଫେରାର ହୋଇଯାଇଥିଲା ା ଏହି ଘଟଣା ପରେ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ ଗଠନ କରାଯାଇଥିଲା। ବିଶ୍ୱସ୍ତସୂତ୍ରରୁ ଖବର ପାଇ ଭୁବନେଶ୍ୱର ସିଆର୍‌ପି ଅଞ୍ଚଳରୁ ସାନ ନେଗୀ ଓ ଡେଲଟା ଅଞ୍ଚଳରୁ ପ୍ରଶାନ୍ତ କ୍ଷେତୀଙ୍କୁ ପୋଲିସ ଗିରଫ କରିଥିଲା। ଉଭୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଏହି ଆନ୍ତଃରାଜ୍ୟ କଫ୍‌ସିରପ ଉପରେ ଅଧିକ ତଦନ୍ତ କରାଯିବ ବୋଲି ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ଟାଉନ୍‌ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ା ସମ୍ମିଳନୀରେ ଟାଉନ୍‌ ଥାନା ଆଇଆଇସି ତୋଫାନ୍‌ ବାଗ ଉପସ୍ଥିତ ଥିଲେ ା