Categories: ବାଣିଜ୍ୟ

ଆନନ୍ଦ ମହିନ୍ଦ୍ରା କହିଲେ ବ୍ରାଭୋ ମୁକେଶ

ନୂଆଦିଲ୍ଲୀ,୨୩।୪: ଫେସ୍‌ବୁକ୍‌ ଜିଓ ମେଗା ଡିଲ୍‌ ଉପରେ ମହିନ୍ଦ୍ରା ଆଣ୍ଡ ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କ ଏକ ଟୁଇଟ ବେଶ ଚର୍ଚ୍ଚାର ପରିସରକୁ ଆସିଛି। ମୁକେଶ ଅମ୍ବାନୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବ୍ରାଭୋ ବୋଲି କହିଛନ୍ତି ଆନନ୍ଦ ମହିନ୍ଦ୍ରା। ଏହି ଡିଲ୍‌ କରୋନା ପରେ ଭାରତର ମହତ୍ତ୍ୱକୁ ବଢାଇବା ଦିଗରେ ସହାୟକ ହୋଇ ହେବ ବୋଲି ମହିନ୍ଦ୍ରା ମତ ପ୍ରକାଶ କରିଛନ୍ତି। ଫେସବୁକ ଏବେ ଜିଓରେ ୯.୯% ଅଂଶଧନ କ୍ରୟ କରିଛି। ଏହା ଦ୍ୱାରା ଫେସବୁକ ୪୩,୫୭୪ କୋଟି ଜିଓରେ ନିବେଶ କରିବ। ଇ-କସର୍ମକୁ ନେଇ ଏହା ବଡ ନିଷ୍ପତ୍ତି ବୋଲି ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

Share