ଆଧାର-ସୋସିଆଲ ମିଡିଆ ସଂଯୋଗ ମାମଲା;ଫେସ୍‌ବୁକ୍‌ର ଆବେଦନ,କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୧-୮: ସୋସିଆଲ ମିଡିଆ ପ୍ରୋଫାଇଲକୁ ଆଧାର ସହ ସଂଯୋଗ(ଲିଙ୍କ୍‌) କରିବା ଲାଗି ଦାବି ହେଉଛି। ଏ ସଂକ୍ରାନ୍ତରେ ଏକାଧିକ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଗୋଟିଏ ମଞ୍ଚରେ ଶୁଣାଣି ଲାଗି ଫେସ୍‌ବୁକ୍‌ ଇଙ୍କ୍‌(ଇନକର୍ପୋରେଟେଡ) ଓ ହ୍ବାଟ୍ସଆପ୍‌ ପକ୍ଷରୁ ଏକ ମାମଲା ସୁପ୍ରିମକୋର୍ଟରେ ଦାଏର କରାଯାଇଛି। ସର୍ବୋଚ୍ଚ ଅଦାଲତ ଏହାକୁ ଗ୍ରହଣ କରି କେନ୍ଦ୍ର ସରକାର, ଗୁଗଲ, ଟୁଇଟର ଓ ୟୁଟ୍ୟୁବ୍‌କୁ ନୋଟିସ ଜାରି କରିଛନ୍ତି। ନୋଟିସ ପାଇ ନ ଥିବା ପକ୍ଷଙ୍କୁ ଇ-ମେଲ୍‌ ଯୋଗେ ଏହା ପଠାଇବାକୁ ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ଅନିରୁଦ୍ଧ ବୋଷ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧୩ ସୁଦ୍ଧା ନୋଟିସର ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଫେସ୍‌ବୁକ ପକ୍ଷରୁ ଆବେଦନରେ ଦର୍ଶାଯାଇଛି ଯେ, ସୋସିଆଲ ମିଡିଆ ପ୍ରୋଫାଇଲକୁ ଆଧାର ସହ ଯୋଡିବା ନେଇ ୪ ମାମଲା ବିଭିନ୍ନ ଅଦାଲତରେ ଦାଏର ହୋଇଛି। ସେଥିମଧ୍ୟରୁ ୨ଟି ମାଡ୍ରାସ ହାଇକୋର୍ଟ, ଗୋଟିଏ ବମ୍ବେ ହାଇକୋର୍ଟ ଓ ଅନ୍ୟଟି ମଧ୍ୟପ୍ରଦେଶ ହାଇକୋର୍ଟରେ ଦାଏର କରାଯାଇଛି। ସବୁ ଆବେଦନରେ ପ୍ରାର୍ଥନା ସମାନ ପ୍ରକାରର ହୋଇଥିବାରୁ ଭିନ୍ନ ଭିନ୍ନ ଅଦାଲତରେ ଶୁଣାଣି କରିବା ଅପେକ୍ଷା ଗୋଟିଏ ମଞ୍ଚ ଅର୍ଥାତ ସୁପ୍ରିମକୋର୍ଟରେ ବିଚାର କରାଯାଉ। ଭିନ୍ନ ଭିନ୍ନ ରାୟ ପ୍ରକାଶ ପାଇ ଦ୍ୱନ୍ଦାମତ୍କ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ସର୍ବୋଚ୍ଚ ଅଦାଲତ ରାୟକୁ ଗ୍ରହଣ କରାଯିବ। ଖଣ୍ଡପୀଠ ମାମଲାର ପ୍ରାରମ୍ଭିକ ଶୁଣାଣି କରି ସୋସିଆଲ ମିଡିଆର ପ୍ରୋଫାଇଲକୁ ୧୨ ସଂଖ୍ୟା ବିଶିଷ୍ଟ ଆଧାର ସହ ଯୋଡିବା ନେଇ ମାଡ୍ରାସ ହାଇକୋର୍ଟରେ ଚାଲିଥିବା ଶୁଣାଣି ଜାରି ରଖିବାକୁ ନିର୍ଦ୍ଦେଶ ଦେବା ସହ ଚୂଡ଼ାନ୍ତ ରାୟ ପ୍ରକାଶ ନ କରିବାକୁ କହିଛନ୍ତି। ତାମିଲନାଡୁ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରି ଆଟର୍ନି ଜେନେରାଲ କେ.କେ.ବେଣୁଗୋପାଳ କହିଛନ୍ତି ଯେ, ହାଇକୋର୍ଟରେ ଏହି ମାମଲାର ଶୁଣାଣି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଇତିମଧ୍ୟରେ ୧୮ଥର ଶୁଣାଣି ଶେଷ ହୋଇଛି। ତେବେ ଫେସ୍‌ବୁକ୍‌ ଇଙ୍କ୍‌ ଓ ହ୍ବାଟ୍ସଆପ୍‌ ପକ୍ଷରୁ ମାମଲା ପରିଚାଳନା କରି ମୁକୁଲ ରୋହତ୍‌ଗୀ ଓ କପିଲ ସିବଲ କହିଛନ୍ତି ଯେ, ଏହି ମାମଲାରେ ରାୟ ପ୍ରକାଶ ପାଇବା ଦ୍ୱାରା ସାରା ବିଶ୍ୱରେ ସୋସିଆଲ ମିଡିଆ ପ୍ରଭାବିତ ହେବ। ତୃତୀୟ ପକ୍ଷକୁ ଆଧାର ତଥ୍ୟ ଜାରି କରିବା କମ୍ପାନୀର ଉପଭୋକ୍ତା ଗୋପନୀୟତା ନୀତି ଉଲ୍ଲଂଘନ କରିବ। ଏହାଛଡ଼ା ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ରେ ପ୍ରଦର୍ଶିତ ହେଉଥିବା ମେସେଜ ଏଣ୍ଡ ଟୁ ଏଣ୍ଡ ଏନ୍‌କ୍ରିପ୍ଟେଡ ହୋଇଥିବାରୁ ଆଧାର ନମ୍ବର ତୃତୀୟ ପକ୍ଷକୁ ଦେବା ଅସମ୍ଭବ। ଏପରି କି ସ୍ବୟଂ କମ୍ପାନୀ ମଧ୍ୟ ମେସେଜ ପଠାଇଥିବା ବ୍ୟକ୍ତି ସମ୍ପର୍କରେ ଜାଣିପାରୁ ନାହିଁ। ଅନ୍ୟପକ୍ଷରେ ତାମିଲନାଡୁ ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇ କୁହାଯାଇଛି ଯେ, ମିଥ୍ୟା ଖବର ପ୍ରଚାର, ମାନହାନୀ ସୂଚକ ମନ୍ତବ୍ୟ, ଅଶ୍ଲୀଳ, ରାଷ୍ଟ୍ରବିରୋଧୀ ଏବଂ ଆତଙ୍କବାଦ ସମ୍ପର୍କିତ ତଥ୍ୟ ପଠାଇବା ଲାଗି ସୋସିଆଲ ମିଡିଆର ଦୁରୁପଯୋଗ ହେଉଛି। ଏହି କାରଣରୁ ସୋସିଆଲ ମିଡିଆ ପ୍ରୋଫାଇଲକୁ ଆଧାର ସହ ଯୋଡାଯିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri