ଆଧାର ମାଧ୍ୟମରେ ୫୦ ହଜାରରୁ ଊର୍ଦ୍ଧ୍ୱ ନଗଦ କାରବାର

ନୂଆଦିଲ୍ଲୀ,୭-୭: ଏଣିକି ପାନ୍‌ ବଦଳରେ ଆଧାର କାର୍ଡ ମାଧ୍ୟମରେ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ନଗଦ କାରବାର କରିହେବ। ଏହାଛଡ଼ା ଯେଉଁଠି ପାନ୍‌ ବ୍ୟବହାର ଅନିବାର୍ଯ୍ୟ ଥିଲା ସେଠାରେ ଆଧାର କାର୍ଡ ବ୍ୟବହାର କରିହେବ ବୋଲି ରାଜସ୍ବ ସଚିବ ଅଜୟ ଭୁଷଣ ପାଣ୍ଡେ ଶନିବାର ସ୍ପଷ୍ଟ କରିଛନ୍ତି। ପାନ ବ୍ୟବହାର ବଦଳରେ ଆଧାର କାର୍ଡ ବ୍ୟବହାର ନେଇ ବ୍ୟାଙ୍କ ଏବଂ ଅନ୍ୟ ସରକାରୀ ପ୍ରତିଷ୍ଠାନ ନିଜର ବ୍ୟାକ୍‌ଏଣ୍ଡକୁ ଅପଗ୍ରେଡ କରିବେ। ଉଲ୍ଲେଖଥାଉ କି, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି ଟିକସଦାତାଙ୍କ ସୁବିଧାର୍ଥେ ପାନ୍‌ ସ୍ଥାନରେ ଆଧାର ବ୍ୟବହାର କରିହେବ ବୋଲି ଘୋଷଣା କରିଥିଲେ। ପାନ୍‌ ନ ଥିବା କ୍ଷେତ୍ରରେ ଟିକସଦାତା ଆଧାର ନମ୍ବର ଉଲ୍ଲେଖ କରି ସେମାନଙ୍କ ଆୟକର ରିଟର୍ନ ଦାଖଲ କରିପାରିବେ ବୋଲି ସେ କହିଥିଲେ। ସୂଚନାଥାଉ କି, କଳାଧନ ପ୍ରବାହ ଉପରେ ଲଗାମ ଲଗାଇବାକୁ ଯାଇ ସରକାର ୫୦ ହଜାରରୁ ଊର୍ଦ୍ଧ୍ୱ ପରିମାଣର ନଗଦ କାରବାର ଲାଗି ପାନ୍‌ ଅନିବାର୍ଯ୍ୟ କରିଥିଲେ। ଏହାଛଡ଼ା ୧୦ ଲକ୍ଷ ଟଙ୍କାରୁ ଅଧିକ ପରିମାଣର ଜମିଜମା କିଣିବାରେ ମଧ୍ୟ ପାନ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଥିଲା। ପାଣ୍ଡେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଦେଶରେ ୨୨ କୋଟି ପାନ୍‌ କାର୍ଡକୁ ଆଧାର ସହ ସଂଯୋଗ କରାଯାଇଛି। ଦେଶରେ ୧୨୦କୋଟି ଲୋକଙ୍କ ନିକଟରେ ଆଧାର କାର୍ଡ ରହିଛି। ବଜେଟ ଘୋଷଣା ଯୋଗୁ ପାନ୍‌ ବ୍ୟବହାର ବନ୍ଦ ହୋଇଯିବ କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, କିଛି ଲୋକ ପାନ୍‌ ଦେବା ସୁବିଧାଜନକ ବୋଲି ଭାବିବେ। ତେଣୁ ଏହା ଆଦୌ ବନ୍ଦ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri