Categories: ଫୁରସତ

ଆଧାର କାର୍ଡ ବିନା ଏହି ମନ୍ଦିରରେ ହୁଏ ନାହିଁ ବିବାହ

ଉତ୍ତରାଖଣ୍ଡର ଅଲମୋଡାରେ ଥିବା ପ୍ରସିଦ୍ଧ ଗୋଲୁ ଦେବତାଙ୍କ ମନ୍ଦିରରେ ଆଧାର କାର୍ଡ ବିନା ବିବାହ ସମ୍ଭବ ନୁହେଁ। ମନ୍ଦିରର ପୂଜାରୀ ତଥା କୋଷାଧ୍ୟକ୍ଷ ହରି ବିନୋଦଙ୍କ କହିବା କଥା ହେଲା ଏଠାରେ ବିବାହ ଋତୁରେ ଦିନକୁ ଅତିକମରେ ୬ ଟି ଅର୍ଥାତ୍‌ ବର୍ଷରେ ପାଖାପାଖି ୪ଶହ ବିବାହ ଅନୁଷ୍ଠିତ ହୋଇଥାଏ। ଏଥିରେ ବରକନ୍ୟାଙ୍କ ପରିଚୟ ଓ ଠିକଣା ଜାଣିବା କଷ୍ଟକର ହୋଇଥାଏ। ତେଣୁ ଆଧାର କାର୍ଡ ମାଧ୍ୟମରେ ଏମାନଙ୍କୁ ଚିହ୍ନଟ କରାଯାଇ ବିବାହ କରାଯିବାରୁ ଏହା ସୁବିଧା ଜନକ ହୋଇଥାଏ। ଏହାସହ ବାଲ୍ୟ ବିବାହ ରୋକିବାକୁ ଆଧାର କାର୍ଡ ବ୍ୟବସ୍ଥା ମନ୍ଦିର ପ୍ରଶାସନ ପକ୍ଷରୁ ଏଠାରେ ପ୍ରଚଳନ କରାଯାଇଥିବା ସେ କୁହନ୍ତି। ଗୋଲୁ ଦେବତାଙ୍କୁ ନ୍ୟାୟର ଦେବତା ଭାବେ ଲୋକେ ଗ୍ରହଣ କରି ନେଇଥିବାରୁ ଏଠାରେ ଅଧିକାଂଶ ବିବାହ କରାଯାଇଥାଏ। ଆଉ ଦେବତାଙ୍କ ଆଶୀର୍ବାଦରୁ ଦମ୍ପତି ଖୁସିରେ ସଂସାର କରିଥାଆନ୍ତି ବୋଲି ଲୋକଙ୍କର ବିଶ୍ୱାସ ରହିଛି।

Share