Categories: ବାଣିଜ୍ୟ

ଆଧାର ଏକ ପରିଚୟ ପତ୍ର: ନିଲେକାନି

ବେଙ୍ଗାଲୁରୁ,୨୪-୪: ଆଧାର କୌଣସି ବ୍ୟକ୍ତିର ଗୋପନୀୟତା ବା ତାଙ୍କ ଉପରେ ନଜର ରଖିବାର ମାଧ୍ୟମ ନୁହେଁ, ବରଂ ଏହା ଏକ ପରିଚୟ ମାତ୍ର ବୋଲି ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ସହପ୍ରତିଷ୍ଠାତା ତଥା ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ(ୟୁଆଇଡିଏଆଇ)ର ପୂର୍ବତନ ଅଧ୍ୟକ୍ଷ ନନ୍ଦନ ନିଲେକାନି କହିଛନ୍ତି। ଆଧାର ସପକ୍ଷରେ ମନ୍ତବ୍ୟ ଦେଇ ସେ କହିଛନ୍ତି ଯେ, ଏହାଦ୍ୱାରା କେବେ ହେଲେ କୌଣସି ବ୍ୟକ୍ତିର ସୂଚନା ଏକତ୍ରିତ କରାଯାଏ ନାହିଁ। ଏହା ଅତ୍ୟନ୍ତ ସରଳ ପ୍ରଣାଳୀ ବୋଲି ଉଲ୍ଲେଖ କରି ନିଲେକାନି କହିଛନ୍ତି ଯେ, କୌଣସି ସଂଗଠନ ଏହା ମାଧ୍ୟମରେ ତଥ୍ୟ ସଂଗ୍ରହ କଲେ ଗୋପନୀୟତା ସମ୍ପର୍କିତ ଚିନ୍ତା ଆହୁରି ବଢ଼ିଯାଏ। ସେ କହିଛନ୍ତି ଯେ, ଆଧାର ଏକ ପରିଚୟ ପତ୍ର ଭଳି ଜଣଙ୍କୁ ଚିହ୍ନଟ କରିବାରେ ସହାୟତା କରିଥାଏ। ଏହି କାରଣରୁ ଏହାକୁ ନଜର ରଖିବାର ଉପକରଣ ଭାବେ ମନେ କରାଯିବା ଅନୁଚିତ। କାହା ଉପରେ ନଜର ରଖିବା ଏବଂ ଗୋପନୀୟତା ଦୁଇଟି ଭିନ୍ନ ପ୍ରସଙ୍ଗ ବୋଲି ସେ କହିଛନ୍ତି।

Share