ଆଦିବାସୀ ସଂସ୍କୃତିର ନିଆରା ଝଲକ ‘ଚଇତି ବଡ଼ାମ ପୂଜା’

ଔପଦା, ୧୭।୩(ଡି.ଏନ.ଏ.)-ଚଇତି ବଡାମ ପୂଜା ଲାଗି ବାଲେଶ୍ୱର ଜିଲା ଔପଦା ବ୍ଲକର ଆଦିବାସୀ ଅଧ୍ୟ୍ୟୁଷିତ ଗଡ଼ସାହି ଗ୍ରାମ ଉତ୍ସବମୁଖର ହୋଇପଡିଛି। ଏହି ଗ୍ରାମରେ ପାରମ୍ପରିକ ଭାବେ ଗତ ୧୪ ଅପରାହ୍ନରେ ବନଦେବତାଙ୍କୁ ପୂଜା କରାଯାଇ ବଡ଼ାମଙ୍କ ପାଇଁ ଶାଳଗଛର ଡାଳ ଛେଦନ କରି ଶୋଭାଯାତ୍ରାରେ ଚାଙ୍ଗୁ ଓ ମାଦଳ ବାଦ୍ୟର ତାଳେ ତାଳେ ଗାଁ ଆସ୍ଥାନ ମଣ୍ଡପକୁ ଅଣାଯାଇଥିଲା। ପୂଜକ ଦେହୁରି ନଟବର ଗିରି, ଦାସୀ ନରେନ୍ଦ୍ର ବାରିକ, ଶ୍ରୀଧର କୁଅଁର, ଲାଲମୋହନ କୁଅଁର ପାରମ୍ପରିକ ପୂଜାର୍ଚ୍ଚନା କରିଥିଲେ। ଗତ ୧୪ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ୧୬ ତାରିଖ ରାତିରେ ଉଦ୍‌ଯାପିତ ହେବ।
ଶ୍ରୀକୃଷ୍ଣ ତଥା ଶ୍ରୀଜଗନ୍ନାଥଙ୍କୁ ଆଦିବାସୀମାନେ ବଡ଼ାମ ଦେବତା ରୂପେ ପୂଜା କରନ୍ତି। ବଡ଼ାମ ପୂଜା ପାଇଁ ପୀଠସ୍ଥଳରେ ଗଁା ସମେତ ପଞ୍ଚାୟତର ଆଖପାଖ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ବନ୍ଧୁବାନ୍ଧବଙ୍କ ଆଗମନରେ ପରିବେଶ ଚଳଚଞ୍ଚଳ ହୋଇଉଠେ। ସନ୍ଧ୍ୟା ସମୟରୁ ଆରମ୍ଭ ହେଉଥିବା ସାଂସ୍କୃତିକ ଉତ୍ସବ ସାରାରାତି ଚାଲୁଥିଲା। ପାରମ୍ପରିକ, ଚାଙ୍ଗୁ, ମାଦଲ, ଘଣ୍ଟା ଆଦି ଆଦିବାସୀ ବାଦ୍ୟର ତାଳେ ତାଳେ ଦଳ ଦଳ ହୋଇ ଆଦିବାସୀ ଯୁବତୀ ଯୁବକମାନେ ବଡ଼ାମ ଦେବତାଙ୍କ ପୀଠ ଆସ୍ଥାନ ସମ୍ମୁଖରେ ନିଆରା ନୃତ୍ୟ ପରିବେଷଣ କରିଥିଲେ। ‘ଓଡ଼ିଶା ଦେଶରେ ଜଗନ୍ନାଥ, ଝାଡ଼ ବଣ ମୂଲକରେ ବଡ଼ାମ’ ଆଦିବାସୀ ଭଜନ ସଙ୍ଗୀତ ବାଦ୍ୟନୃତ୍ୟ ପରିବେଷଣ ଆଦିବାସୀ ସଂସ୍କୃତିର ନିଆରା ଝଲକ ପ୍ରଦାନ କରିଥିଲା। ଉତ୍ସବର ସକଳ ଆୟୋଜନ ପାଇଁ ଗ୍ରାମ କମିଟି ସଦସ୍ୟ ଦୁର୍ଯ୍ୟୋଧନ ଖେଜୁରିଆ, ପୁରସ୍ତମ ବାରିକ, ରାମ ଚନ୍ଦ୍ର ଦଳେଇ, ଚନ୍ଦ୍ରମଣି ପାତ୍ର, ଜୟନ୍ତ ସେନାପତି, ଦୀନବନ୍ଧୁ ବିଶ୍ୱାଳ, ପ୍ରଫୁଲ୍ଲ ଦଳେଇ, ଶ୍ରୀଧର ମଢ଼େଇ, ଶତ୍ରୁଘ୍ନ ପାତ୍ର, ମାଧବ ଗିରି, ବନମାଳୀ ବଢ଼େଇ, ସରସ୍ବତୀ ସେନାପତି, ନିନି ବୁଢ଼ିଗାୟାଁ, ଜିରା ସେନାପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri