ଆଦିବାସୀଙ୍କ ସ୍ବପ୍ନରେ ସୀମିତ ରହିଯାଉଛି ଆବାସ

ଦଶମନ୍ତପୁର,୩୦।୧୨(ଡି.ଏନ୍‌.ଏ.) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପରଜା ବେଡ଼ାପଦର ପଞ୍ଚାୟତରେ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ଗୁମର ଧୀରେଧୀରେ ଖୋଲିବାରେ ଲାଗିଛି। ଏହି ଅଞ୍ଚଳର ଆବାସ ଘର ନିର୍ମାଣ କାମ ସଲାସୁତୁରାରେ ଠିକାଦାରଙ୍କ ହାତକୁ ଯାଉଛି। କିନ୍ତୁ କେଉଁଠି ହିତାଧିକାରୀଙ୍କ ଆବାସ ଘର ଶେଷ ହୋଇଥିଲେ ମଧ୍ୟ ଏଯାବତ୍‌ ବିଲ୍‌ ମିଳିପାରୁ ନାହିଁ। ଅନ୍ୟ କେଉଁଠି ଆବାସ ଶେଷ ହୋଇଛି, କିନ୍ତୁ ଘରର ଅବସ୍ଥା ଦେଖି ମୁଣ୍ଡ ଗୁଞ୍ଜିବାକୁ ଭୟ କରୁଛନ୍ତି ହିତାଧିକାରୀ। ଅନ୍ୟ କେତେକଙ୍କ ଆବାସ ଅନୁଦାନ ଉଠିଯାଇଥିଲେ ମଧ୍ୟ ବର୍ଷାଧିକ କାଳ ଘର ଅଧାପନ୍ତରିଆ ପଡ଼ିଛି। ଏନେଇ ପୂର୍ବରୁ ବହୁ ଖବର ପ୍ରକାଶ ପାଇଛି।
ପରଜା ବେଡ଼ାପଦର ପଞ୍ଚାୟତରେ ଥିବା ସେମ୍ବି ଗ୍ରାମର ଦୁକି ମୁଦୁଲି (୬୫)ଙ୍କର ମଧ୍ୟ ସେହି ସମାନ ଅବସ୍ଥା। ତାଙ୍କ କହିବାନୁସାରେ ୩ ବର୍ଷ ତଳେ ତାଙ୍କୁ ଏକ ଆବାସ ଘର ମିଳିଥିଲା। ନିଜେ କଲେ ଡେରି ହେବ, ତେଣୁ ଆମେ ଠିକାରେ କରିଦେବୁ ବୋଲି ପ୍ରଲୋଭନ ଦେଖାଇ ଜଣେ ଠିକାଦାର କାମ ହାତେଇଥିଲେ। ତେବେ ସେ ଏଭଳି ଘରଟି ତିଆରି କରିଛନ୍ତି, ଯେଉଁଥିରେ ଜଣେ ଚଳିବା କଷ୍ଟକର। ୩ବର୍ଷ ବିତି ଯାଇଥିଲେ ସୁଦ୍ଧା ଘରଟି ସମ୍ପୂର୍ଣ୍ଣ ହୋଇନାହିଁ। ଠିକାଦାରଙ୍କୁ ବହୁବାର କହିଥିଲେ ମଧ୍ୟ ସେ କାନ ଦେଉ ନ ଥିବା ଦୁକିଙ୍କ ସ୍ବାମୀ କେଶରି ମୁଦୁଲି କହିଛନ୍ତି। ଗୋଟିଏ ବୋଲି ଝିଅ ବିବାହ କରିବା ପରଠୁ ଦୁକି ଓ କେଶରୀ ପରିଣତ ବୟସରେ ଏହି ଘରେ ଚଳୁଛନ୍ତି। କେବଳ ଦୁକି ନୁହନ୍ତି, ଗ୍ରାମର ଶରତ ମୁଦୁଲିଙ୍କ ସ୍ତ୍ରୀ ସନମତି ମୁଦୁଲିଙ୍କ ନାଁରେ ମଧ୍ୟ ଆସିଥିବା ଆବାସ ଘର ଏକ ବର୍ଷରୁ ଊଦ୍ଧର୍‌ବ ହେବ ଫାଉଣ୍ଡେଶନରେ ହିଁ କାମ ସୀମିତ ରହିଛି। ସନମତି, ତାଙ୍କର ସ୍ବାମୀ ଓ ପୁଅ ଅନ୍ୟ ଘରେ ଆଶ୍ରୟ ନେଉଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ ଶତପଥୀଙ୍କୁ ଯୋଗାଯୋଗ କରିବାରୁ, ମୁଁ ଟିକେ ବ୍ୟସ୍ତ ଅଛି। ସେ ବିଷୟରେ ପରେ କଥା ହେବି ବୋଲି ଉତ୍ତର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri