Categories: ଜାତୀୟ

ଆତଙ୍କବାଦୀ ସନ୍ଦେହରେ ୫ ଗିରଫ

ଜମ୍ମୁ,୧୬।୧୧: ଜମ୍ମୁ-କଶ୍ମୀରରେ ସୋପେର ଓ ବାରମୂଳା ଜିଲାରେ ଶନିବାର ଆତଙ୍କବାଦୀ ସନ୍ଦେହରେ ୫ ଜଣଙ୍କୁ ଗିରଫ କରାଯାଇଛି। ଜମ୍ମୁ-କଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ସହଯୋଗରେ ଏମାନଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଅଧିକ କିଛି ତଥ୍ୟ ଏପର୍ଯ୍ୟନ୍ତ ମିଳି ପାରି ନାହିଁ।

Share