ଆତଙ୍କବାଦୀରୁ ସମାଜସେବୀ

ଜଣଙ୍କ ମନରେ କେତେବେଳେ ପରିବର୍ତ୍ତନ ଆସିବ ତାହା କହିହୁଏନି , ଯେମିତି ଘଟିଛି ଆସାମର ମୋନି ମାନିକ ଗୋଗୋଇଙ୍କ କ୍ଷେତ୍ରରେ। ମୋନିଙ୍କୁ ବୟସ ଏବେ ୫୭ ବର୍ଷ। ଦିବ୍ରୁଗଡ ଜିଲାର ଶାଲମାରି ଦିଘାଲିଆ ଗାଁରେ ତାଙ୍କ ଜନ୍ମ। ପ୍ରଥମରୁ ସେ ଜଣେ ଆଦର୍ଶବାଦୀ ଯୁବକ ଥିଲେ। ପରେ ଆତଙ୍କବାଦୀ ସାଜିଲେ। ଏଥିଲାଗି ତାଙ୍କୁ ଜେଲ୍‌ ଯିବାକୁ ପଡିଲା। ଜେଲରୁ ଫେରି ସେ ପାଲଟିଛନ୍ତି ସମାଜସେବୀ। ଗରିବୀକୁ ଖୁବ୍‌ ନିକଟରୁ ଦେଖିଥିବା ଗୋଗୋଇ ପରିବାର ଚଳାଇବା ଲାଗି ଅକ୍ଷମ ହେବା ପରେ ଅଶୀ ଦଶକର ଶେଷ ଆଡକୁ ୟୁନାଇଟେଡ ଲିବରେଶନ ଫ୍ରଣ୍ଟ ଅଫ୍‌ ଆସାମ(ଉଲ୍‌ଫା) ଲାଗି କାମ କରିଥିଲେ। କିନ୍ତୁ ସେ କେବେ ବି ଅସ୍ତ୍ର ଧରିନାହାନ୍ତି। ସେ ଉଲ୍‌ଫାରେ ଜଣେ ଦକ୍ଷ ସଂଗଠକ ଭାବେ କାର୍ଯ୍ୟ କରିଥିଲେ। ପୋଲିସ ତାଙ୍କୁ ଧରିବାକୁ ଲାଗିପଡିଲା ଓ ସେ ଗାଁରୁ ଗାଁ ବୁଲି ସେଠାରେ ରହୁଥିଲେ। ୧୯୯୧ରେ ବିବାହ କରିବା ପରେ କେତେବେଳେ କେମିତି ଲୁଚିଛପି ଘରକୁ ଆସୁଥିଲେ। ଏହାପରେ ୧୯୯୪ରେ ୧୫୦ ଲୋକଙ୍କୁ ଧରି ମ୍ୟାନମାରରେ ଉଲ୍‌ଫା ଟ୍ରେନିଂ କ୍ୟାମ୍ପରେ ଯୋଗଦେଇଥିଲେ। କିନ୍ତୁ ସେଠାରେ ବିନା ଅସ୍ତ୍ରରେ ସେ ବିଭିନ୍ନ ଶାରୀରିକ ଟ୍ରେନିଂ ନେଇଥିଲେ। ୧୯୯୮ରେ ତାଙ୍କୁ ପୋଲିସ ଗିରଫ କରିବା ପରେ ଦିବ୍ରୁଗଡ ଜିଲା କାରାଗାରରେ ୬ ମାସ ରହିଥିଲେ। ତାଙ୍କ ଗାଁ ପାଖ ସହରରେ ଟିଙ୍ଗଖାଙ୍ଗ କଳା କେନ୍ଦ୍ର ପ୍ରତିଷ୍ଠା କରି ଏଠାରେ ପିଲାମାନଙ୍କୁ ନାଚ, ଗୀତ, ଡ୍ରାମା ଓ ଚିତ୍ର ଆଙ୍କିବା ଉପରେ ଶିକ୍ଷା ଦେଉଛନ୍ତି। ଉଲ୍‌ଫା ସହ ସମ୍ପର୍କ ଛିନ୍ନ କରିବା ପରେ ୨୦୦୩ରେ ଏହାକୁ ସରକାରୀ ସ୍ତରରେ ସ୍ବୀକୃତି ମିଳିଛି। ତାଙ୍କ ଗାଁରେ ଏକ ମ୍ୟୁଜିକ ସ୍କୁଲ୍‌ ବି ଖୋଲିଛନ୍ତି। ଏହିଠାରୁ ପିଲାମାନେ ପାସ କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିପାରୁଛନ୍ତି। ଏବେ ସେ ସ୍ଥାନୀୟ ଅଞ୍ଚଳର ଅଧିବାସୀମାନେ କିଭଳି ଜୀବିକା ପାଇବେ ସେଥିପାଇଁ
ବିଭିନ୍ନ କାର୍ଯ୍ୟ ହାତକୁ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri